ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମ ‘ଡ୍ରିମଗାର୍ଲ’ର  ପୋଷ୍ଟର।

ବଲିଉଡ ହିରୋ ଆୟୁଷ୍ମାନ ଖୁରାନାଙ୍କ ନୂଆ ପ୍ରୋଜେକ୍ଟ ଡ୍ରିମଗାର୍ଲର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ‘ଅନ୍ଧାଧୁନ୍’, ‘ବଧାଇ ହୋ’  ହିଟ ହେବାପରେ ଆୟୁଷ୍ମାନଙ୍କ ଏହି ନୂଆ ଫିଲ୍ମ ବି ହିଟ ହେବ ଆଶା କରାଯାଉଛି। ନିକଟରେ ଆୟୁଷ୍ମାନ ଏହି ନୂଆ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ପୋଷ୍ଟରରେ ଦେଖାଯାଇଛି ଆୟୁଷ୍ମାନ ଶାଢ଼ି ପିନ୍ଧି ଏକ ସ୍କୁଟରରେ ବସିଛନ୍ତି। ତେବେ ପୋଷ୍ଟରରୁ ହିଁ ଅନୁମାନ କରାଯାଉଛି ଫିଲ୍ମରେ ନିଶ୍ଚୟ କମେଡି ଦୃଶ୍ୟ ରହିଥିବ।

ଏକତା କପୁରଙ୍କ ପ୍ରଯୋଜନାରେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଗଲାଣି। ଆୟୁଷ୍ମାନ ପ୍ରଥମ ଥର  ଅଭିନେତ୍ରୀ ନୁସରତ ଭରୁଚାଙ୍କ ସହ କାମ କରିବେ।

ପୂର୍ବରୁ ଆୟୁଷ୍ମାନ ଡ୍ରିମଗାର୍ଲକୁ ନେଇ ଏକ ଭିଡିଓ ବି ଶେୟାର କରିଥିଲେ। ଏବେ ନୂଆ ଫିଲ୍ମରେ ଆୟୁଷ୍ମାନ ବ୍ୟସ୍ତ ରହୁଛନ୍ତି ବୋଲି ଶୁଣିବାକୁ ମିଳିଛି। ନିକଟରେ ରିଲିଜ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ ରିଲିଜର ୬ ସପ୍ତାହରେ ୧୩୪ କୋଟି ଆୟ କରିଥିଲା।

Comment