ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଶୀତ ଦିନରେ ଅଧିକ ଦେହ ଖରାପ ହୋଇଥାଏ। ଥଣ୍ଡା, ଜ୍ଵର ଭଳି ସାଧାରଣ ସମସ୍ୟା ଦେଖାଯାଏ। ତେଣୁ ସୁସ୍ଥ ରହିବା ପାଇଁ ଋତୁ ଅନୁସାରେ ଖାଦ୍ୟ ଖାଇବା ଜରୁରୀ।

ବାଜରା

ବାଜରା ବୟସ୍କ ଲୋକଙ୍କ ପାଇଁ ବେଶ୍ ଉପଯୋଗୀ। ବାଜରାରେ କ୍ୟାଲସିୟମ ଓ ଫାଇବର ଅଧିକ ମାତ୍ରାରେ ଥାଏ। ଏହାକୁ ଖାଇବା ଦ୍ଵାରା ଗ୍ୟାସ ସମସ୍ୟାକୁ ଦୂର କରି ହେବ। ଶୀତ ଦିନରେ ବାଜରାରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ହଜମ ଶକ୍ତି ବୃଦ୍ଧି ହୋଇଥାଏ।

ଖଜୁରୀ

ଖଜୁରୀରେ ଭିଟାମିନ ଏ, ବି ବ୍ୟତୀତ କ୍ୟାଲସିୟମ, ମ୍ୟାଗ୍ନେସିୟମ ମାତ୍ରା ଅଧିକ ଥାଏ। ଶୀତ ଦିନରେ ନିୟମିତ ଖଜୁରୀ ଖାଇଲେ ଏହା ଶରୀରକୁ ଭିତରୁ ଗରମ ରଖିଥାଏ। ଦିନକୁ ୨ଟି ଖଜୁରୀ ଖାଇଲେ ଶରୀରରେ ଫାଇବରର ମାତ୍ରା ଠିକ ରହିଥାଏ। ଏଥିସହ ଏହା ରକ୍ତରେ ହେମୋଗ୍ଲୋବିନ ସ୍ତରକୁ ନିୟନ୍ତ୍ରିତ ରଖିଥାଏ।

ଗୁଡ଼

ଗୁଡ଼ ଖାଇବା ଦ୍ଵାରା ଶରୀରରେ ରକ୍ତ ଅଭାବ ସମସ୍ୟା କମ୍ ହୋଇଥାଏ। ଗରମ କ୍ଷୀରରେ ଗୁଡ଼ ଖାଇଲେ ଏହା ଓଜନ କମାଇବାରେ ସହାୟକ ହୋଇଥାଏ।

ଗାଜର

ଶୀତଋତୁରେ ସାଧାରଣତଃ ଗାଜର ଉତ୍ପାଦନ ଅଧିକ ହୋଇଥାଏ। ଏହି ଦିନରେ ଗାଜର ଖାଇବା ବି ଭଲ; କାରଣ ଗାଜର ତ୍ଵଚାକୁ ଉଜ୍ଜ୍ଵଳ ରଖିଥାଏ। ଶୀତଋତୁରେ ସବୁଠୁ ଅଧିକ ପ୍ରଭାବ ତ୍ଵଚାରେ ହିଁ ପଡ଼ିଥାଏ।

ବିଟ୍

ଶୀତ ଦିନରେ ବିଟ୍ ଖାଇବା ସ୍ଵାସ୍ଥ୍ୟ ପାଇଁ ଉପଯୋଗୀ। ଏହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ଏହା ସଂକ୍ରମଣ ଜନିତ ରୋଗ ସହ ଲଢ଼ିବାକୁ ଶକ୍ତି ଯୋଗାଇ ଥାଏ।

 

LEAVE A REPLY

Please enter your comment!
Please enter your name here