ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କପିଲଙ୍କ ବିବାହରେ ସାମିଲ ହେବାକୁ ପହଞ୍ଚିଲେ ବଲିଉଡର ନାମିଦାମି କଳାକାର।
ବଲିଉଡର ବିବାହ ଋତୁରେ କମେଡି କିଙ୍ଗ କପିଲ ଶର୍ମା ସାମିଲ ହେବାକୁ ଯାଉଛନ୍ତି। କପିଲ ତାଙ୍କ ଗାର୍ଲଫ୍ରେଣ୍ଡ ଗିନ୍ନି ଚତରଥଙ୍କୁ ଡିସେମ୍ବର ୧୨ରେ ବିବାହ କରିବାକୁ ଯାଉଛନ୍ତି।
କପିଲ ପଞ୍ଜାବର ଅମୃତସରରେ ବିବାହ କରିବେ। ବିବାହକୁ ଆଉ କିଛି ଘଣ୍ଟା ରହିଛି। ଏହି ବିବାହରେ ସାମିଲ ହେବାକୁ ବଲିଉଡ ଷ୍ଟାର ମାନେ ପହଞ୍ଚିଛନ୍ତି।
ଏଥିସହ କପିଲଙ୍କ ସାଙ୍ଗମାନେ ଓ ବଲିଉଡର ଜଣାଶୁଣା ଗାୟିକା ରିଚା ଶର୍ମା, କମେଡିଆନ ସୁଦେଶ ଲହରୀ, କ୍ରିଷ୍ଣା ଅଭିଷେକ, ସୁମୋନା ଚକ୍ରବର୍ତ୍ତୀ କପିଲଙ୍କ ବିବାହରେ ଯୋଗ ଦେବାକୁ ପହଞ୍ଚିଛନ୍ତି।
ବିବାହ ପରେ କପିଲ ପୁଣି ଟିଭି ଜଗତକୁ ଫେରିବେ। କପିଲଙ୍କ ନୂଆ ଶୋ ‘ଦ କପିଲ ଶର୍ମା’ ଜରିଆରେ ସେ ପୁଣିଥରେ ଦର୍ଶକଙ୍କୁ ହସେଇବେ। ଏହି ଶୋ ସୋନି ଚ୍ୟାନେଲରେ ପ୍ରସାରିତ ହେବ।
କିଛିଦିନ ହେବ କପିଲ ତାଙ୍କର ଏହି ଶୋରୁ ବିଦାୟ ନେଇଥିଲେ। ଫଳରେ କପିଲଙ୍କ ଫ୍ୟାନ୍ସ ତାଙ୍କୁ ଦେଖିବାକୁ ପାଉନଥିଲେ।

















