ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଗାୟିକା ନେହା କକ୍କଡ ଓ ଅଭିନେତା ହିମାଂଶ କୋହଲିଙ୍କ ରିଲେସନସିପ ମଧ୍ୟରେ ଫାଟ!

ରିଆଲିଟି ଶୋ’ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ନେହା କକ୍କଡ ବର୍ତ୍ତମାନ ନିଜେ ଜଜ୍‌ ସିଟ୍‌ରେ ବସିଛନ୍ତି। କିଛିଦିନ ତଳେ ଏକ ରିଆଲିଟି ଶୋ’ରେ ନେହା କକ୍କଡ଼ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଯାଇ ଅଭିନେତା ହିମାଂଶ କୋହଲିଙ୍କ ସହିତ ନେହାଙ୍କ ରିଲେସନସିପ ବିଷୟରେ ଦର୍ଶକଙ୍କୁ କହିଥିଲେ। ବର୍ତ୍ତମାନ ହିମାଂଶ ଓ ନେହାଙ୍କ ଫ୍ୟାନମାନଙ୍କ ପାଇଁ ଦୁଃଖ ଖବର।

ସୂଚନା ମୁତାବକ ନେହା କକ୍କଡ ଓ ହିମାଂଶ କୋହଲିଙ୍କ ନିକଟରେ ବ୍ରେକ୍‌ଅପ୍‌ ହୋଇଯାଇଛି। ଏହି ଖବର ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ହିମାଂଶ ଓ ନେହା ସୋସିଆଲ ମିଡିଆରେ ଉଭୟଙ୍କୁ ଅନ୍‌ଫଲୋ କରିଛନ୍ତି। ଉଭୟଙ୍କ ରିଲେସନସିପ୍‌ ମଧ୍ୟରେ ଫାଟ ସୃଷ୍ଟିହୋବାର ଏଥିରୁ ଜଣାଯାଇଛି।

ନେହା ଓ ହିମାଂଶ ଉଭୟ ‘ହମ୍‌ସଫର’ ମ୍ୟୁଜିକ ଭିଡିଓରେ କାମ କରିଥିଲେ। ଏହା ପରଠୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ନେହା ଅଭିନେତା ହିମାଂଶ କୋହଲିଙ୍କ ଅଧିକ ନିକଟତର ହୋଇଥିଲେ। ଏହାପରେ ଅଭିନେତା ହିମାଂଶ ଇଣ୍ଡିଆନ ଆଇଡଲ ମଞ୍ଚକୁ ଆସି ନେହାଙ୍କ ପ୍ରତି ଥିବା ଭଲପାଇବାକୁ କନ୍‌ଫର୍ମ କରିଥିଲେ।

ବର୍ତ୍ତମାନ ବ୍ରେକ୍‌ଅପ୍‌ ପରେ ନେହା ନିଜ ସୋସିଆଲ ମିଡିଆର ଆକାଉଣ୍ଟରୁ ହିମାଂଶଙ୍କୁ ସେୟାର କରିଥିବା ସମସ୍ତ ଫଟୋକୁ ହଟେଇ ଦେଇଛନ୍ତି। ଖବରର ସତ୍ୟତା ଉପରେ ନେହା ଓ ହିମାଂଶଙ୍କ ପାଖରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comment