ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଦିବଙ୍ଗତ ସମାଜସେବୀ ତଥା ଆଇନଜୀବୀ ଅସମା ଜାହାଙ୍ଗିରଙ୍କୁ ୨୦୧୮ ବର୍ଷ ପାଇଁ ହ୍ୟୁମାନ୍ ରାଇଟ୍ସ ପୁରସ୍କାର ମିଳିଛି। ମାନବିକଧିକାର ସୁରକ୍ଷିତ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଣେ ବ୍ୟକ୍ତି ତଥା ସଙ୍ଗଠନକୁ ଜାତିସଙ୍ଘ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଏ।
ଏହି ପୁରସ୍କାର ଅସମାଙ୍କ ଝିଅ ମୁନ୍ଜେ ଜାହାଙ୍ଗିର ଗ୍ରହଣ କରିଥିଲେ। ମୁନ୍ଜେ ଏହି ପୁରସ୍କାର ଗ୍ରହଣ କରିବା ପରେ ପାକିସ୍ତାନ ମହିଳାମାନଙ୍କ ପାଇଁ ଡେଡିକେଟ କରିଛନ୍ତି।
ଅସମା ଜାହାଙ୍ଗିର ଫେବୃଆରୀ ୧୧, ୨୦୧୮ରେ ଦେହ ତ୍ୟାଗ କରିଥିଲେ।
ଅସମାଙ୍କ ବ୍ୟତୀତ ତାନଜିଆନ୍ର ରେବେକ ଗୁୟେମି, ବ୍ରାଜିଲର ଜୋଏନିଆ ୱାପିଚାନା ଓ ଆୟର୍ଲ୍ୟାଣ୍ଡର ହ୍ୟୁମାନ ରାଇଟସ୍ ସଙ୍ଗଠନ ଫ୍ରଣ୍ଟ ଲାଇନ୍ ଡିଫେଣ୍ଡର୍ସଙ୍କୁ ଜାତିସଂଘ ପକ୍ଷରୁ ସମ୍ମାନିତ କରାଯାଇଛି।








