ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଜୋର ଧରିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଏହି ଦାବି କରି ସୋମବାରଠୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ୩୦ତାରିଖ ପର୍ଯ୍ୟନ୍ତ ଏହି ବନ୍ଦ କରାଯିବ। ଜିଲ୍ଲାର ସମସ୍ତ ଅଫିସ୍, ବ୍ୟାଙ୍କ, ସ୍କୁଲ, କଲେଜ ବନ୍ଦ କରିବା ଲାଗି ସଂଘ ଆହ୍ୱାନ ଦେଇଛି।

କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନରେ ୩୦ଟି ସଂଗଠନ ସାମିଲ ହୋଇଛନ୍ତି। ଡିସେମ୍ବର ୩ରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଜୋର ଧରିଛି। ସେବେଠୁ ବିଭିନ୍ନ ସ୍ଥାନରେ ସଂଗଠନ ତରଫରୁ ଶୋଭାଯାତ୍ରା ଆନ୍ଦୋଳନ କରାଯାଉଛି।

ସରକାର ଏ ନେଇ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି।

Comment