ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହୋଇଛି ସକାଳ ସ୍କୁଲ। ସକାଳ ୭ଟାରୁ ୧୧ଟା ୩୦ ଯାଏଁ ସ୍କୁଲ ଚାଲୁଛି। ବର୍ତ୍ତମାନ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।

ଛାତ୍ରଛାତ୍ରୀଙ୍କୁ ଅଂଶୁଘାତ ଏବଂ ଶରୀରରୁ ଜଳୀୟ ଅଂଶ ହ୍ରାସ ହେବାରୁ ରୋକିବା ଲାଗି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସ୍କୁଲଗୁଡ଼ିକରେ ଜଳ ବିରତି ଘଣ୍ଟି ବାଜିବ। ଘଣ୍ଟି ବାଜିଲେ ଛାତ୍ରଛାତ୍ରୀ ପାଣି ପିଇବେ।

କ୍ଲାସ ସମୟରେ ଦୈନିକ ୩ ଥର ସକାଳ ୮ଟା ୩୦, ୧୦ଟା ଓ ୧୧ଟାରେ ଜଳ ବିରତି ଘଣ୍ଟି ବାଜିବ। ଘଣ୍ଟି ବାଜିଲେ ଶ୍ରେଣୀଗୃହରେ ପିଲାମାନେ ପାଣି ପିଇବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାର ଡିଇଓ ଏବଂ ବିଇଓଙ୍କୁ ଚିଠି କରାଯାଇଛି।

Tags: #HeatWave #WaterBreak #School #WaterBell #Odisha

Comment