ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ରଥଯାତ୍ରା ଅନୁମତି ପାଇଁ ବିଜେପି ସୁପ୍ରିମକୋର୍ଟରେ ଏକ ଆବେଦନ ପତ୍ର ଦାଖଲ କରିଛି।

ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ବିଜେପି କୋଲାକାତା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଦେବାଶିଷ କାରଗୁପ୍ତା ଜଷ୍ଟିସ ଏସ୍‌ ସରକାରଙ୍କ ଖଣ୍ଡପୀଠ ରାଜ୍ୟରେ ବିଜେପିର ରଥଯାତ୍ରା ଆୟୋଜନକୁ ଅନୁମତି ଦେଇନଥିଲେ।

ଏହି ନିଷ୍ପତ୍ତିର ବିରୋଧ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି। ତେବେ ଖ୍ରୀଷ୍ଟମାସ ପାଇଁ ଏକ ସପ୍ତାହ ସୁପ୍ରିମକୋର୍ଟ ବନ୍ଦ ରହୁଥିବାରୁ ଏହାର ଶୁଣାଣି କେବେ ହେବ ଏହା ସ୍ପଷ୍ଟ ହୋଇନାହିଁ।

ବିଜେପି ଡିସେମ୍ବର ମାସରେ ରାଜ୍ୟର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ଆୟୋଜନ କରିଥିଲା। ପ୍ରଥମ ରଥଯାତ୍ରା ଡିସେମ୍ବର ୭, ଦ୍ୱିତୀୟ ୯ରେ ଓ ତୃତୀୟ ୧୪ରେ ହେବାର ଯୋଜନା ରହିଥିଲା।

ତେବେ ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାର ବିଜେପିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ ବିଜେପି ନେତା କହୁଛନ୍ତି।

LEAVE A REPLY

Please enter your comment!
Please enter your name here