ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସର ପୂର୍ବତନ ନେତା ସଜ୍ଜନ କୁମାର ଆଜି କୋର୍ଟରେ ଆତ୍ମସମର୍ପଣ କରିବେ।

୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୁମାର ସୋମବାର କୋର୍ଟରେ ଆତ୍ମସମର୍ପଣ କରିବେ। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଡିସେମ୍ବର ୩୧ ଯାଏଁ ଆତ୍ମସମର୍ପଣ ପାଇଁ ସମୟ ଦେଇଥିଲେ।

କିଛି ଦିନ ପୂର୍ବରୁ ସେ ଆତ୍ମସମର୍ପଣ ଅବଧି ବଢ଼ାଇବାକୁ କୋର୍ଟରେ ଆବେଦନ କରିଥିଲେ। ପାରିବାରିକ କାମ ଦର୍ଶାଇ ସେ ଏହି ଆବେଦନ କରିଥିଲେ। କୋର୍ଟ କିନ୍ତୁ ତାଙ୍କ ଆବେଦନ ପତ୍ରକୁ ଖାରଜ କରିଦେଇଥିଲେ।

ଡିସେମ୍ବର ୧୭ରେ ଦିଲ୍ଲୀ ହାଇକୋର୍ଟ ୧୯୮୪ ଶିଖ ବିରୋଧୀ ଦଙ୍ଗା ଘଟଣାରେ କଂଗ୍ରେସର ପୂର୍ବତନ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଦଳରୁ ବି ବହିଷ୍କୃତ ହୋଇଥିଲେ।

୧୯୮୪ ମସିହା ନଭେମ୍ବର ମାସରେ ଦିଲ୍ଲୀସ୍ଥିତ ଛାବନୀର ରାଜନଗର ଅଞ୍ଚଳରେ ଗୋଟିଏ ଶିଖ ପରିବାରର ୫ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୪ବର୍ଷ ପରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here