ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପୁସ୍ତକ ପ୍ରଦର୍ଶନ। ବିଶ୍ୱ ପୁସ୍ତକ ପ୍ରଦର୍ଶନୀର ୨୭ତମ ସଂସ୍କରଣ ଦିଲ୍ଲୀର ପ୍ରଗତି ମୈଦାନରେ ହେବ। ଏଥିରେ ଆବଶ୍ୟକତାକୁ ଚାହିଁ ପୁସ୍ତକ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଏଠାରେ ବିଭିନ୍ନ ରୁଚିର ପାଠକଙ୍କ ନିମନ୍ତେ ଅଡିଓ ସାଇଲେଣ୍ଟ ଏବଂ ବ୍ରେଲି ପୁସ୍ତକ ଉପଲବ୍ଧ ହେବ। ଆଇଟିପିଓ ଏବଂ ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ସହଯୋଗରେ ଏହି ପ୍ରଦର୍ଶନୀ ହେବାକୁ ଯାଉଛି।

ଏହାକୁ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର। ଭିନ୍ନକ୍ଷମ, ଦୃଷ୍ଟି, ଶ୍ରବଣଶକ୍ତିବାଧିତ ପୁସ୍ତକ ପଠନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁସ୍ତକ ପ୍ରଦର୍ଶିତ ହେବ। ଏହାସହ ଏଠାରେ କବି, କଳାକାର ସମ୍ମିଳନୀ ଅନୁଷ୍ଠିତ ହେବ।

ପର୍ଯ୍ୟଟକମାନଙ୍କ ନିମନ୍ତେ ହୁଇଲ୍‌ ଚେୟାର, ଗୋ କାର୍ଟସ ଭଳି ବ୍ୟବସ୍ଥା ରହିଛି। ପୁସ୍ତକ ମେଳା ମଧ୍ୟକୁ କୌଣସି ଟିକେଟ୍‌ର ବ୍ୟବସ୍ଥା କରାଯାଇ ନାହିଁ।

LEAVE A REPLY

Please enter your comment!
Please enter your name here