ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶରେ ଏବେ ପୋଲିସକର୍ମୀଙ୍କୁ ମିଳିବ ସାପ୍ତାହିକ ଛୁଟି।
ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାର ବିଧାନସଭା ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କ ପାଇଁ ସାପ୍ତାହିକ ଛୁଟି ମିଳିଛି। ଆଗରୁ ସେମାନଙ୍କୁ କେବଳ ସିଏଲ୍, ଇଏଲ୍ ମିଳୁଥିଲା।
ଗୁରୁବାରଠାରୁ ରାଜ୍ୟରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କୁ ସାପ୍ତାହିକ ଛୁଟି ମିଳିଥିଲା। ସେମାନେ ପରିବାର ସହ ଛୁଟି ବିତାଇଥିଲେ ଏବଂ ପିକ୍ନିକ୍ କରିବାକୁ ଯାଇଥିବା ଜଣାପଡ଼ିଛି।
ସରକାର ନୂଆ ବର୍ଷ ଉପଲକ୍ଷେ ଏହି ଆଦେଶ ଘୋଷଣା କରିଥିଲେ। ଏହି ଆଦେଶ ପରେ ଗୁରୁବାର ଏହି ନିୟମ ଲାଗୁ ହୋଇଥିଲା। ଗୁରୁବାର ୪୨୫ ପୋଲିସକର୍ମୀଙ୍କୁ ତାଙ୍କର ସାପ୍ତାହିକ ଛୁଟି ଦିଆଯାଇଥିଲା।
पुलिस कर्मियों को एक दिन के अवकाश का जो वचन हमने दिया था, उसे प्रतिबद्धता के साथ पूरा किया गया।
मैं सभी पुलिस कर्मियों को बधाई देते हुये कामना करता हूँ कि वे अपने परिवार को पूरा समय दें।
आप सभी को भरोसा दिलाता हूँ कि मेरे साथ आपके जीवन में आने वाला हर पल पहले से बेहतरीन होगा।
— Office Of Kamal Nath (@OfficeOfKNath) January 3, 2019
ମୁଖ୍ୟମନ୍ତ୍ରୀ କମଲନାଥ ଏନେଇ ଏକ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, “ସାପ୍ତାହିକ ଛୁଟି ଦେବା ପାଇଁ ପୋଲିସ କର୍ମଚାରୀମାନଙ୍କୁ କରିଥିବା ପ୍ରତିଶ୍ରୁତିକୁ ପୂରଣ କରିଛି। ମୁଁ ପୋଲିସମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଆଶା କରୁଛି କି ସେମାନେ ତାଙ୍କ ପରିବାର ସହ ଠିକ୍ରେ ସମୟ ବିତାନ୍ତୁ।”


















