ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ଆଜି ବହୁ ବିବାଦୀୟ ରାଫେଲ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଗରମାଗରମ ବିତର୍କ ଦେଖିବାକୁ ମିଳିଛି। ଜଣେ ଅନ୍ୟ ଜଣଙ୍କ ଉପରେ ଆରୋପ ଲଗାଇ ନିଜର ତର୍କକୁ ସଠିକ୍ ସାବ୍ୟସ୍ତ କରିବାରେ ଲାଗିଥିଲେ। ମାତ୍ର ଏହା ମଧ୍ୟରେ ରାହୁଲ ଗାନ୍ଧି ପୁଣି ଥରେ ଆଖି ମାରିବା ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷଙ୍କ ଆଖି ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ ଭିଡିଓରେ ଦେଖିବାକୁ ମିଳିଛି ଯେ ସଂସଦରେ ବିତର୍କ ସମୟରେ ଏଆଇଏଡିଏମକେର ସାଂସଦ ଏମ ଥମ୍ବିଦୁରାଇ ନିଜର ପକ୍ଷ ରଖିବା ସମୟରେ ତାଙ୍କ ପଛ ପଟେ ବସିଥିବା ରାହୁଲ ଗାନ୍ଧି ପ୍ରଥମେ ଟେବୁଲ ବାଡ଼େଇଥିଲେ ଏବଂ ପରେ ସାଂସଦଙ୍କ ଆଡକୁ ଆଖି ଠାର ମାରିଥିଲେ। ଉଲ୍ଲେଖଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରଥମ ଥର ସଂସଦରେ ଆଖି ମାରି ନାହାନ୍ତି, ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଲୋକସଭାରେ ଆଖି ମାରିଛନ୍ତି।

Comment