ଓଡ଼ିଶାଲାଇଭ୍ ବ୍ୟୁରୋ

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାଦ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ, ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉଦଘାଟିତ ହୋଇଛି। ଶିବ ବନ୍ଦନାରୁ ପ୍ରଥମ ସଂଧ୍ୟା ଆରମ୍ଭ ହୋଇଥିଲା। ଏହା ସହିତ ନୃତ୍ୟ ଶିଳ୍ପୀ ସୂରୁପା ସେନଙ୍କ ଏକକ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳିଥିଲା। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ବୃନ୍ଦଗାନରେ ପ୍ରସ୍ତୁତ କରିଥିଲେ ଶିବ ପଞ୍ଚାକ୍ଷର ସ୍ତୋତ୍ର। ଏହି ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ ଡ.ସଙ୍ଗୀତା ଗୋସାଇଁ।

ଏହା ସହିତ ରାଜୀବ ଭଟ୍ଟାଚାର୍ଯ୍ୟ ଓ ସବିକାଶ ମୁଖାର୍ଜିଙ୍କ ଦ୍ୱାରା ଭଗବତ ଗୀତା ଉପରେ ପର୍ଯ୍ୟବେଶିତ ଓଡ଼ିଶୀ ନୂତ୍ୟ ଅଭିନୟ ପରିବେଶିତ ହୋଇଥିଲା। ଉଦଘାଟନୀ ସଂଧ୍ୟାରେ ବହୁ ସଂଖ୍ୟାରେ ଦର୍ଶକ ସାମିଲ ହୋଇଥିଲେ। ଏହା ୩ଦିନ ଧରି ଚାଲିବ।

Comment