ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସିର ବୋଲିଂ ଟେଷ୍ଟରେ ଉପସ୍ଥିତ ନ ହେବାରୁ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ଅମ୍ବାତି ରାୟୁଡୁ ନିଲମ୍ବିତ।

ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର୍‌ ଅମ୍ବାତି ରାୟୁଡୁଙ୍କୁ ଝଟ୍‌କା। ସୋମବାର ଆଇସିସି ପକ୍ଷରୁ ରାୟୁଡୁଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଲମ୍ବନ କରାଯାଇଛି। ଏଣିକି ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବୋଲିଂ କରିପାରିବେ ନାହିଁ। ସୋମବାର ଆଇସିସି ଟୁଇଟ୍‌ କରି ଏହି ସୂଚନା ଦେଇଛି।

ଗତ ଜାନୁଆରି ୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରାୟୁଡୁ ବୋଲିଂ କରିଥିଲେ। ଏଥିରେ ତାଙ୍କ ବୋଲିଂ ଶୈଳୀକୁ ନେଇ ସନ୍ଦେହ ହେବାରୁ ଆଇସିସି ତାଙ୍କୁ ବୋଲିଂ ଟେଷ୍ଟ ଦେବାକୁ କହିଥିଲା। ତେବେ ଧାର୍ଯ୍ୟ ୧୪ ଦିନ ମଧ୍ୟରେ ରାୟୁଡୁ କୌଣସି ପ୍ରକାରର ପରୀକ୍ଷା ଦେବାକୁ ଆସି ନଥିଲେ।ଯାହା ଫଳରେ ସୋମବାର ଆଇସିସି ରାୟୁଡୁଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଲମ୍ବନ କରିଛି।

ବର୍ତ୍ତମାନ ରାୟୁଡୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବୋଲିଂ କରିପାରିବେ ନାହିଁ। ତେବେ ଘରୋଇ ମ୍ୟାଚ୍‌ରେ ରାୟୁଡୁ ବୋଲିଂ କରିପାରିବେ।

Comment