ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଏହି କଳାକାରଙ୍କୁ ମିଳିଥିଲା ଦ୍ୱିତୀୟ ଫିଲ୍ମ।

ବଲିଉଡରେ ନୂଆ କଳାକାରଙ୍କ ଡେବ୍ୟୁ ସହିତ ସେମାନେ ତାଙ୍କ ଦ୍ୱିତୀୟ ଫିଲ୍ମ ପାଇଁ ସାଇନ କରିବାରେ ବ୍ୟସ୍ତ ଅଛନ୍ତି। ଅନନ୍ୟା ପାଣ୍ଡେ, ତାରା ସୂତାରିୟା, ସାରା ଅଲ୍ଲୀ ଖାନ, ଇଶାନ ଖଟ୍ଟର ତାଙ୍କ ଡେବ୍ୟୁ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଦ୍ୱିତୀୟ ଫିଲ୍ମ ପାଇଁ ସାଇନ କରିଛନ୍ତି।

ଅନନ୍ୟା ପାଣ୍ଡେ

‘ଷ୍ଟୁଡେଣ୍ଟ ଅଫ ଦ ୟର ୨’ରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଅନନ୍ୟା ପାଣ୍ଡେ। ତାଙ୍କର ଏହି ଫିଲ୍ମ ରିଲିଜ ନହେବା ପୂର୍ବରୁ ସେ ‘ପତି, ପତ୍ନୀ ଔର ବୋ’ ଫିଲ୍ମ ପାଇଁ ସାଇନ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ କାର୍ତ୍ତିକ ଆର୍ଯ୍ୟନ ନଜର ଆସିବେ।

ଇଶାନ ଖଟ୍ଟର

 

ଧଡକ ଫିଲ୍ମରେ ଡେବ୍ୟୁ କରିଥିଲେ ଇଶାନ ଖଟ୍ଟର। ହେଲେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଆଉ ଏକ ଫିଲ୍ମରେ ବି ସାଇନ କରିଥିଲେ। ସେହି ଫିଲ୍ମର ନାମ ଥିଲା ‘ବିଅଣ୍ଡ ଦ କ୍ଲାଉଡ’

ସାରା ଅଲ୍ଲୀ ଖାନ

ନିକଟରେ କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ଜବରଦସ୍ତ ଏଣ୍ଟ୍ରି କରିଥିଲେ ସାରା ଅଲ୍ଲୀ ଖାନ। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ବି ଦ୍ୱିତୀୟ ଫିଲ୍ମ ସିମ୍ବା ପାଇଁ ସାଇନ କରିଥିଲେ।

LEAVE A REPLY

Please enter your comment!
Please enter your name here