ଓଡ଼ିଶାଲାଇଭ୍ ବ୍ୟୁରୋ

ବାପୁଜୀଙ୍କ ପୁଣ୍ୟତିଥରେ ସୁରତ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁରତରେ ବିଭନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି।

ଜାନୁଆରି ୩୦, ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତ ଗସ୍ତରେ ଯିବେ। ମୋଦି ସୁରତ ଏୟାରପୋର୍ଟ ଟର୍ମିନାଲ ବିଲ୍ଡିଙ୍ଗ ନିର୍ମାଣର ଆଧାରଶିଳା ରଖିବେ। ଟିର୍ମିନାଲ ବିଲ୍ଡିଙ୍ଗ ପାଖାପାଖି ୨୫ ହଜାର ୫ ଶହ ବର୍ଗ ମିଟର ଜମିରେ ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟରେ ୩୫୪ କୋଟି ଟଙ୍କା ବ୍ୟୟର ଆକଳନ କରାଯାଇଛି।

ଏହାପରେ ସେ ନ୍ୟୁ ଇଣ୍ଡିଆ ୟୁଥ କନକ୍ଲେଭରେ ଯୋଗ ଦେବେ। ଏହି ଗସ୍ତରେ ମୋଦିଙ୍କ ସୁରତରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ‘ରସିଲାବେନ ସେବନ୍ତିଲାଲ ଶାହ ଭେନସ୍‌ ହସ୍ପିଟାଲ’ର ଉଦଘାଟନ କରିବେ ମୋଦି।

ଏହାପରେ ସେ ବାପୁଜୀଙ୍କ ପୁଣ୍ୟତିଥି ଅବସରରେ ନବସାରୀ ଜିଲ୍ଲା ଦାଣ୍ଡିରେ ରାଷ୍ଟ୍ରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀର ଉଦଘାଟନ କରିବେ। ଏହି ସ୍ମାରକୀ ସ୍ଥଳରେ ବାପୁଜୀଙ୍କ ସମେତ ଲବଣ ସତ୍ୟାଗହରେ ଅଂଶ ଗ୍ରହଣ କରିଥିବା ଅନ୍ୟ ୮୦ ଜଣ ସତ୍ୟାଗ୍ରହୀଙ୍କ ପ୍ରତିମା ନିର୍ମାଣ କରାଯାଇଛି।

ଏହାପରେ ମୋଦି ଏକ ସାଧାରଣ ସଭାରେ ଯୋଗ ଦେବେ।

ତେବେ ଗୋଟିଏ ମାସରେ ମୋଦିଙ୍କ ଏହା ଦ୍ୱିତୀୟ ସୁରତ ଗସ୍ତ। ଏହା ପୂର୍ବରୁ ସେ ଜାନୁଆରି୧୮ ଓ ୧୯ ଦୁଇ ଦିନିଆ ସୁରତ ଗସ୍ତ କରିଥଲେ।

LEAVE A REPLY

Please enter your comment!
Please enter your name here