ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବିଦେଶୀ ମୁଦ୍ରା ଚୋରାଚାଲାଣ ଅଭିଯୋଗରେ ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନଙ୍କୁ ଇଡି ନୋଟିସ୍ ଜାରି କରିଛି।
ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନଙ୍କୁ ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ନୋଟିସ୍ ଜାରି କରିଛି। ରାହତଙ୍କ ବିରୋଧରେ ବିଦେଶୀ ମୁଦ୍ରା ସ୍ମଗଲିଙ୍ଗର ଅଭିଯୋଗ ହୋଇଛି। ଏହି ମାମଲାର ଯାଞ୍ଚ କରୁଥିବା ଇଡି ଫେମା ( ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ଅନୁସାରେ ରାହତଙ୍କୁ ନୋଟିସ ପଠାଇ ଜବାବ ମାଗିଛି।
ରାହତଙ୍କ ଜବାବରେ ଇଡି ସନ୍ତୁଷ୍ଟ ନହେଲେ ରାହତଙ୍କ ଉପରେ ଜୋରିମାନା ଲାଗିପାରେ। ଜୋରିମାନା ନଭରିଲେ ଭାରତରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇପାରେ।
ରାହତଙ୍କୁ ବେଆଇନ ଭାବେ ଭାରତରେ ୩ଲକ୍ଷ ୪୦ହଜାର ଆମେରିକୀୟ ଡଲାର ମିଳିଥିଲା। ଏଥିରୁ ସେ ୨ଲକ୍ଷ ୨୫ ହଜାର ଡଲାରର ଚୋରାଚାଲାଣ କରିଥିଲେ ।
୨୦୧୧ରେ ରାହତ ଫତେ ଅଲ୍ଲୀ ଖାନଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦରରେ ଅଢେଇ ଲକ୍ଷ ଡଲାର ସହିତ ଗିରଫ କରାଯାଇଥିଲା। ରାହତଙ୍କ ପାଖରେ ଏନେଇ କୌଣସି କାଗଜପତ୍ର ମଧ୍ୟ ନଥିଲା । ରାହତଙ୍କ ସହ ତାଙ୍କ ପ୍ରବନ୍ଧକ ମାରୁଫ ଓ ଇଭେଂଟ ମ୍ୟାନେଜର ଚିତ୍ରେଶଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା ।
ଯେଉଁ ସମୟରେ ଏମାନେଙ୍କୁ ଗିରଫ କରାଯାଇଥିଲା ସେହି ସମୟରେ ସେମାନେ ଦୁବାଇ ରାସ୍ତାରେ ଲାହୋର ଯାଉଥିଲେ। ରାହତଙ୍କ ବ୍ୟାଗରୁ ୨୪ ହଜାର ଡଲାର ଓ ଅନ୍ୟ ଦୁଇ ଜଣଙ୍କ ପାଖରୁ ୫୦-୫୦ ହଜାର ଡଲାର ଜବତ କରାଯାଇଥିଲା ।
ଏହି ଲୋକପ୍ରିୟ ସୁଫି ଗାୟକଙ୍କର ବହୁ ଗୀତ ହିନ୍ଦୀ ଚଳଚ୍ଚିତ୍ରରେ ରହିଛି। ସେ ୨୦୧୧ରେ ବେଷ୍ଟ୍ ମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ଫିଲ୍ମ ଫେୟାର୍ ଆଓ୍ଵାର୍ଡ ପାଇଛନ୍ତି।








