ଓଡ଼ିଶାଲାଇଭ୍ ବ୍ୟୁରୋ
ବଜେଟ ଅଧିବେଶନରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ମୋଦି ସରକାରଙ୍କ ସଫଳତା ବଖାଣିଲେ ରାଷ୍ଟ୍ରପତି।
ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ସରକାରଙ୍କ ସଫଳତା ବଖାଣିଛନ୍ତି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଛନ୍ତି ରାଷ୍ଟ୍ରପତି।
ଅଭିଭାଷଣରେ କ’ଣ କହିଛନ୍ତି ରାଷ୍ଟ୍ରପତି?
- ୨୦୧୪ ପୂର୍ବରୁ ଦେଶ ଏକ ଅନିଶ୍ଚିତତା ଭିତରେ ଗତି କରୁଥିଲା। ଆମ ସରକାର ନୂଆ ଭାରତର ସଂକଳ୍ପ ନେଇଛି। ନୂଆ ଭାରତରେ ଦୁର୍ନୀତିର ସ୍ଥାନ ନାହିଁ।
- ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି।
- ସାଢ଼େ ୪ ବର୍ଷରେ ୧୩ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି।
- ଗରିବ ଚାଷୀଙ୍କ ପାଇଁ କାମ କରିଛନ୍ତି ସରକାର। କୃଷକଙ୍କ ଆୟ ୨ ଗୁଣା କରିବାକୁ ସରକାର ଅହରହ ଉଦ୍ୟମ କରୁଛନ୍ତି।
- ମ୍ୟାଟରନିଟି ଲିଭ୍ ୧୨ ସପ୍ତାହରୁ ବଢ଼ାଇ ୨୬ ସପ୍ତାହ କରାଯାଇଛି।
- ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୩ ପ୍ରତିଶତ ମହିଳାଙ୍କୁ ଋଣ ଦିଆଯାଇଛି।
- ଖେଲୋ ଇଣ୍ଡିଆ ଜରିଆରେ କୋଣ ଅନୁକୋଣରୁ ପ୍ରତିଭାଙ୍କୁ ଚୟନ କରାଯାଇଛି।
- ଦେଶର ବିଭିନ୍ନ ସ୍ଥାନରେ ଅନେକ ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି।
- ପ୍ରତିବର୍ଷ ୧ କୋଟି ଯୁବକଙ୍କୁ କୌଶଳ ବିକାଶ ତାଲିମ ଦିଆଯାଉଛି।
- ଦିବ୍ୟାଙ୍ଗଙ୍କ ପାଇଁ ରେଳ ଷ୍ଟେସନରେ ସୁବିଧା ବ୍ୟବସ୍ଥା କରାଯାଇଛି। ୧୨ ଲକ୍ଷ ଦିବ୍ୟାଙ୍ଗଙ୍କୁ ୪ କୋଟିର ଉପକରଣ ଦିଆଯାଇଛି। ଆୟକର ବୋଝ ହଟାଇ ମଧ୍ୟମବର୍ଭଙ୍କୁ ଆଶ୍ଵସ୍ତି ଦେଇଛନ୍ତି ସରକାର।
- ଆଜି ଦେଶର ପ୍ରତ୍ୟେକ ଗାଁକୁ ବିଜୁଳି ଯୋଗାଇ ଦିଆଯାଇଛି। ମୋଦି ସରକାର ପୂର୍ବ ୫ ବର୍ଷରେ ୨୫ ଲକ୍ଷ ଘର ତିଆରି ହୋଇପାରିଥିଲା। ଗତ ସାଢ଼େ ୪ ବର୍ଷରେ ୧ କୋଟି ୩୦ ଲକ୍ଷ ଘର ନିର୍ମାଣ କରାଯାଇଛି।
- ଗତ ୪ ବର୍ଷର ମେଡିକାଲ ଶିକ୍ଷା ପାଇଁ ୩୧ ହଜାର ସିଟ୍ ଯୋଗାଇ ଦିଆଯାଇଛି।
- ଉଚ୍ଚ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ପାସ କରାଯାଇଛି।













