ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଭୁବନେଶ୍ୱରରେ ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ କେଜରିୱାଲ ଯୋଗଦେବେ। ବିମାନ ବନ୍ଦରରେ କେଜରିୱାଲ ପହଞ୍ଚିବା ପରେ ଆପ୍‌ର କର୍ମକର୍ତ୍ତମାନେ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ଆଣିଛନ୍ତି।

ତେବେ ମାଷ୍ଟର କ୍ୟାଣ୍ଟିନ ଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ କେଜରିୱାଲ କଣ କହୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆଗକୁ ନିର୍ବାଚନ ଥିବାରୁ ଓଡ଼ିଶାକୁ ମୋଦି, ରାହୁଲ, ଅମିତ ଶାହଙ୍କ ପରେ କେଜରିୱାଲ ଆସିଛନ୍ତି। ତେବେ କେଜରିୱାଲ ତାଙ୍କ ଉଦବୋଧନରେ ରାଜ୍ୟରେ ନବୀନ ସରକାର ଓ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ କିପରି ମତପୋଷଣ କରୁଛନ୍ତି ତାହା ଉପରେ ନଜର ରହିଛି। ଆଜି ସନ୍ଧ୍ୟାରେ କେଜରିୱାଲ ଦିଲ୍ଲୀ ଫେରିଯିବେ।

Comment