ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କୋଲକାତାରେ ସିବିଆଇ-ପୋଲିସ ମୁହାଁମୁହିଁ ଓ ମମତାଙ୍କ ଧାରଣା ପ୍ରସଙ୍ଗ ଆଜି ସଂସଦରେ ଉଠିଛି। ଲୋକସଭାରେ ବିଜେଡି ପକ୍ଷରୁ ପକ୍ଷ ରଖିଛନ୍ତି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ।
ଆଜି ସଂସଦରେ ମମତା ବନାମ ସିବିଆଇ ପ୍ରସଙ୍ଗ ଉଠିଥିଲା। ଏ ନେଇ ବିଭିନ୍ନ ଦଳ ପକ୍ଷରୁ ପକ୍ଷ ରଖାଯାଇଥିଲା। ବିଜେଡି ପକ୍ଷରୁ ସାଂସଦ ଭର୍ତ୍ତୃହରି ମହତାବ ପକ୍ଷ ରଖିଛନ୍ତି।
ସଂସଦରେ ମହତାବ ବିଜେଡି ପକ୍ଷରୁ କହିଛନ୍ତି,”ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି। ଓଡ଼ିଶାରେ ସିବିଆଇର ପଦକ୍ଷେପ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ସିବିଆଇ ନିରପେକ୍ଷ ଭାବେ ତାର କାମ କରିବା ଉଚିତ ।”
ଏହା ସହିତ ମହତାବ ଆହୁରି କହିଛନ୍ତି,”ସିବିଆଇ ଏବେ ରାଜନୈତିକ ଅସ୍ତ୍ର ପାଲଟିଛି। ଦୁର୍ନୀତିର ତଦନ୍ତ ଲାଗି କୌଣସି ଆପତ୍ତି ନାହିଁ, ମାତ୍ର ଯେଭଳି କରୁଛନ୍ତି ତାହା ଠିକ୍ ନୁହଁ। ସିବିଆଇ ଏକ ପେସାଦାର ସଂସ୍ଥା ଭଳି କାମ କରିବା ଉଚିତ।”
ଅନ୍ୟପଟେ ସଂସଦରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟପରେ ମମତାଙ୍କ ରାସ୍ତାରେ ବିଜେଡି ଥିବା କୁହାଯାଉଛି।















