ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଭାରତୀୟ ବୋଲର ତଥା ଦିଲ୍ଲୀ ୨୩ବର୍ଷରୁ କମ୍‌ ଦଳର ଚୟନକର୍ତ୍ତା ଅମିତ ଭଣ୍ଡାରିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅନୁଜ ଦେଢା ନାମକ ଖେଳାଳୀଙ୍କୁ ଡିଡିସିଏ ଆଜୀବନ ବାସନ୍ଦ କରିଛି।

ସୂଚନାନୁସାରେ ଦିଲ୍ଲୀ ୨୩ବର୍ଷରୁ କମ୍‌ ଦଳରେ ସ୍ଥାନ ନମିଳିବାରୁ ଏଥିରେ ବିରକ୍ତ ହୋଇ ଦେଢା ଗତ ସୋମବାର ନିଜେ କିଛି ଗୁଣ୍ଡା ଲଗାଇ ଅମିତଙ୍କୁ ଆକ୍ରମଣ କରିଥିଲେ।

ଦିଲ୍ଲୀ ରଣଜୀ ଟିମ୍‌ର ଏକ ଅଭ୍ୟାସ ମ୍ୟାଚ୍‌ ଚାଲିଥିବା ବେଳେ ଦେଢା ଆକ୍ରମଣ କରିଥିଲେ। ଯେଉଁଥିରେ ଅମିତଙ୍କ ମୁଣ୍ଡରେ ଆଘତ ଲାଗିଥିଲା।

ଘଟଣା ଜଣାପଡିବା ପରେ ପୋଲିସ ଅନୁଜଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହାସହିତ ଡିଡିସିଏ ତାଙ୍କୁ ଆଜୀବନ ବାସନ୍ଦ କରିଛି।

Comment