ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଚା’ ବିକ୍ରି କରିବା ଏକ ଛୋଟ କାମ ସମସ୍ତେ ଭାବିଥାନ୍ତି। କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଚା’ ବିକ୍ରି କରି ପ୍ରତି ମାସରେ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ପୁଣେ ସହରରେ ଅବସ୍ଥିତ ଏହି ଚା’ ଦୋକାର ନାଁ ହେଉଛି ‘ୟେବଲେ ଟି ହାଉସ’। ସହରରେ ଏହା ଏକ ଜଣାଶୁଣା ଚା’ ଦୋକାନ। ଏହାର ମାଲିକ ହେଉଛନ୍ତି ନବନାଥ ୟେବଲେ। ଖୁବଶୀଘ୍ର ଦୋକାନକୁ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡରେ କରିବା ପାଇଁ କହିଛନ୍ତି ନବନାଥ। ସହରରେ ତିନି ସ୍ଥାନରେ ତିନିଟି ସେ ଚା’ଷ୍ଟଲ ଖୋଲିଛନ୍ତି।

ଏହି ଚା’ ଦୋକାନରେ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଷ୍ଟଲରେ ପାଖାପାଖି ୧୨ ଜଣ ଲୋକ କାମ କରୁଛନ୍ତି। ପ୍ରତିଦିନ ୩ ହଜାରରୁ ୪ ହଜାର କପ୍ ଚା’ ବିକ୍ରି କରୁଛନ୍ତି। ସବୁବେଳେ ଦୋକାନରେ ଭିଡ଼ ଲାଗି ରହୁଥିବା କହିଛନ୍ତି ନବନାଥ। ଦେଶବ୍ୟାପୀ ଶହେରୁ ଅଧିକ ଷ୍ଟଲ ଖୋଲିବା ତାଙ୍କର ଲକ୍ଷ୍ୟ ଥିବା କହିଛନ୍ତି। ଏହାଛଡ଼ା ଅଧିକରୁ ଅଧିକ ରୋଜଗାର ସୃଷ୍ଟି ଲକ୍ଷ୍ୟରେ ରହିଛନ୍ତି ନବନାଥ। ୨୦୧୧ ମସିହାରେ ଚା’ ଷ୍ଟଲ ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here