ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ମଧ୍ୟପ୍ରଦେଶର ଅଶ୍ୱିନୀ କୁମାର କୋଚି ମଧ୍ୟ ସହିଦ ହୋଇଛନ୍ତି।
ଏହି ସହିଦ ପରିବାରକୁ ମଧ୍ୟପ୍ରଦେଶ ସରକାର ୧ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।
ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ଯେଉଁ ଯବାନମାନେ ସହିଦ ହୋଇଛନ୍ତି ସେମାନଙ୍କ ପାଇଁ ସଂପୃକ୍ତ ରାଜ୍ୟର ରାଜ୍ୟ ସରକାରମାନେ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।
ମହରାଷ୍ଟ୍ର ସରକାର ୫୦ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ଉତ୍ତରପ୍ରଦେଶ ସରକାର ୨୫ ଲକ୍ଷ, ଆସାମ ସରକାର ୨୦ ଲକ୍ଷ, ଓଡ଼ିଶା ସରକାର ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ତେବେ ମଧ୍ୟପ୍ରଦେଶ ସରକାର ସର୍ବାଧିକ ୧ କୋଟି ଟଙ୍କା ଘୋଷଣା କରିଛନ୍ତି।








