ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନ ବଡ଼ ବୟାନ ଦେଇଛି। ଭାରତ ପାଖରେ ଯଦି ପ୍ରମାଣ ଅଛି ତେବେ ଭାରତ ଦେଉ, ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁରୈଶୀ କହିଛନ୍ତି।

ଜମ୍ମୁ କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକସ୍ତାନ ବଡ଼ ବୟାନ ଦେଇଛି। ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁରୈଶୀ କୁରୈଶୀ ଏହି ବୟାନ ଦେଇଛନ୍ତି। ବିନା ଯାଞ୍ଚରେ ପାକିସ୍ତାନ ଉପରେ ଭାରତ ଆରୋପ ଲଗାଇଛି ବୋଲି ସେ କହିଛନ୍ତି।

“ଯଦି ଭାରତ ପାଖରେ କୌଣସି ପ୍ରମାଣ ଅଛି ତାହଲେ ଭାରତ ପ୍ରମାଣ ଦେଉ। ଏହା ପୂର୍ବରୁ ବି ଭାରତ ପାକିସ୍ତାନ ଉପରେ ଆରୋପ ଲଗାଇବାକୁ ଚେଷ୍ଟା କରିଛି। ହେଲେ ଏହା ଦ୍ୱାରା ଭାରତକୁ କିଛି ହାସଲ ହୋଇନାହିଁ। ପାକସ୍ତାନ ଉପରେ ଆରୋପ ଲଗାଇବା ବହୁତ ସହଜ”,ଏହା କହିଛନ୍ତି କୁରୈଶୀ।
କୁରୈଶୀ ଏବେ ୟୁନେସ୍କୋରେ ଅଛନ୍ତି। ୟୁନେସ୍କୋରୁ ସେ ଏହି ବୟାନ ଦେଇଛନ୍ତି।

ସେ ଆହୁରି କହିଛନ୍ତି ପାକିସ୍ତାନ ପଡୋଶୀଙ୍କ ସହିତ ଭଲ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଛି। ଆମେ ଏ ହିଂସାର ରାସ୍ତା ଆପଣେଇବାକୁ ଚାହୁଁନୁ କି ଏହାର ଅଂଶୀଦାର ହେବାକୁ ଚାହୁଁନୁ।

LEAVE A REPLY

Please enter your comment!
Please enter your name here