ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ କାର୍‌ରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା। କଟକରୁ ଛତିଶଗଡ଼ ଦେଇ ଆଗ୍ରା ଯାଉଥିବା ବେଳେ ଏହି ଟଙ୍କା ବୋଝେଇ କାର୍‌କୁ ଛତିଶଗଡ଼ ପୋଲିସ ଜବତ କରିଛି। ତେବେ ଏତେଗୁଡ଼ାଏ ଟଙ୍କା କଟକରୁ ଆଗ୍ରା କ’ଣ ପାଇଁ ଯାଉଥିଲା ତାକୁ ନେଇ ସନ୍ଦେହ ବଢ଼ିଛି।

କାର୍‌ରେ ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ଆଗକୁ ନିର୍ବାଚନ ଆସୁଥିବାରୁ ଏତେ ପରିମାଣର ଟଙ୍କା ଜବତ ହେବା ଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଅଟକ ରହିଥିବା ବ୍ୟକ୍ତିଙ୍କ କହିବା କଥା କି ସେମାନେ ଆଗ୍ରାରୁ ଗ୍ୱାଲିୟର ଦେଇ କଟକ ଆସିଥିଲେ। କଟକରେ ଜଣେ ବ୍ୟକ୍ତି ତାଙ୍କୁ ଫାର୍ମ ହାଉସକୁ ନେଇ ଏହି ଟଙ୍କା ଦେଇଥିଲେ। ତେବେ କଟକର ସେହି ବ୍ୟକ୍ତି ଜଣକ କିଏ ଏବଂ କ’ଣ ପାଇଁ ଏତେଗୁଡ଼ାଏ ଟଙ୍କା ଆଗ୍ରା ପଠାଉଥିଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

କଟକରୁ ଟଙ୍କା ଆଣିବା ପାଇଁ ଆଗ୍ରାର ସୁନା ବ୍ୟବସାୟୀ ଅବଧେଶ ଅଗ୍ରୱାଲ ପଠାଇଥିବା ଅଟକ ରହିଥିବା ବ୍ୟକ୍ତିମାନେ ପୋଲିସ ଆଗରେ କହିଛନ୍ତି। ଅଟକ ଚାରି ଜଣଙ୍କ ଭିତରେ ଜଣେ ମହିଳା ଅଛନ୍ତି।

LEAVE A REPLY

Please enter your comment!
Please enter your name here