ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ସୁକୁମା ଜିଲ୍ଲାର କୋଣ୍ଟା-ଏରାବୋରା ରାସ୍ତାରେ ମାଓବାଦୀ ବିଛାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ କୋଣ୍ଟା ଟିଆଇ ଓ ଏସଡିପିଓ ଏବଂ ଅନ୍ୟ ଯବାନମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନୂତନ କ୍ୟାମ୍ପ ସ୍ଥାପନ କରି ଫେରୁଥିବା ସମୟରେ ଏହି ବିସ୍ଫୋରଣ ଶିକାର ହୋଇଥିଲେ ଏଏସପି ଆକାଶ ରାଓ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆସନ୍ତାକାଲି ମାଓବାଦୀଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ପୂର୍ବରୁ ମାଓବାଦୀମାନେ କିଛି ହିଂସା ଘଟାଇବା ଆଶଙ୍କା କରି ଏଏସପି ଆକାଶ ରାଓ ଗିରିପୁଞ୍ଜେ ନିଜ ଟିମ ସହ ପେଟ୍ରୋଲିଂ କରୁଥିଲେ। କୋଣ୍ଟା-ଏରାବୋରା ରାସ୍ତାରେ ଯିବା ସମୟରେ ମାଟି ତଳେ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା।
Tags: #Maoist #SukmaASPAkashRaoGiripunje #Chhattisgarh #IEDBlast #Sukma