ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୪, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଉତ୍ତରପ୍ରଦେଶର ୧୨ ଜଣ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଅମିତ କୁମାର। ଅମିତ କୁମାରଙ୍କ ପାଇଁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବୁଧବାର ସାମିଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି।
ପାଖାପାଖି ୧୫ ମିନିଟ୍ ସହିଦଙ୍କ ପରିବାର ସହ କଟାଇଥିଲେ ରାହୁଲ ଓ ପ୍ରିୟଙ୍କା। ସେମାନଙ୍କ ସହିତ କଂଗ୍ରେସ ନେତା ରାଜ ବବ୍ବର ମଧ୍ୟ ସାମିଲ ଥିଲେ।
ତେବେ ସହିଦ ଅମିତ କୁମାରଙ୍କ ଟ୍ରେନିଙ୍ଗ ପରେ ଏହା ଥିଲା ପ୍ରଥମ ପୋଷ୍ଟିଙ୍ଗ। ତାଙ୍କ ପରିବାରରେ ତାଙ୍କ ମାତା, ପିତା ଦୁଇ ଭାଇ ଅଛନ୍ତି।
ଅମିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ଓ ପ୍ରିୟଙ୍କା ଫେବ୍ରୁଆରି ୧୪ରେ ସହିଦ ହୋଇଥିବା ଆଉ ଜଣେ ଯବାନ ପ୍ରଦୀପ କୁମାରଙ୍କ ପରିବାରକୁ ଭେଟିଥିଲେ ଭାଇ ଭଉଣୀ।
ସହିଦ ପ୍ରଦୀପ କୁମାର ୯ ବର୍ଷ ହେଲା କାଶ୍ମୀରରେ ନିଯୁକ୍ତି ଥିଲେ।


















