ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲୱାମା ଆକ୍ରମଣର ୭ ଦିନ ପରେ ମୋଦି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଆକ୍ରମଣର ୭ ଦିନ ପରେ ପ୍ରେସମିଟ କରି କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା ବିଜେପିକୁ ପ୍ରଶ୍ନ କରିଛନ୍ତି। ଆକ୍ରମଣ ପାଇଁ ବିଜେପିକୁ ୫ଟି ପ୍ରଶ୍ନ କରିଛି କଂଗ୍ରେସ।

  • ଗୁଇନ୍ଦା ବିଫଳତା ପାଇଁ ଦାୟୀ କିଏ?
  • ଆତଙ୍କବାଦୀଙ୍କୁ କେମିତି ଆରଡିଏକ୍ସ ମିଳିଲା।?
  • ଜୈଶ-ଏ-ମହମ୍ମଦର ଭିଡିଓକୁ କାହିଁକି ଅଣଦେଖା କରାଗଲା?
  • ଆକାଶପଥରେ କାହିଁକି ଯବାନଙ୍କୁ ନିଆଗଲା ନାହିଁ?
  • ନୋଟବନ୍ଦୀ ଦ୍ୱାରା ଆତଙ୍କବାଦ କାହିଁକି ବନ୍ଦ ହେଲାନି? 

ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଏହା କଂଗ୍ରେସ ପ୍ରଶ୍ନର ଉତ୍ତର ଦେଇଛନ୍ତି। କଂଗ୍ରେସ ତାଙ୍କୁ ଦେଶଭକ୍ତି ନଶିଖାଉ ବୋଲି ସେ କହିଛନ୍ତି।

ପୂର୍ବରୁ ପୁଲୱାମା ଆକ୍ରମଣକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପ୍ରେସମିଟ କରିଥିଲେ। ସରକାର ଆତଙ୍କବାଦ ବିରୋଧରେ ଯାହା ପଦକ୍ଷେପ ନେବ କଂଗ୍ରେସ ତାହାକୁ ସମର୍ଥନ କରିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here