ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବାସଭବନ ଘେରାଉ କରାଯାଇଛି।

ଏବିଭିପିର ୫୦ରୁ ଅଧିକ କର୍ମୀ ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ। ଫଳରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ପୋଲିସ ଏବଂ ଏବିଭିପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ସେମାନଙ୍କୁ ଅଟକ ରଖିଛି।

ଶୁକ୍ରବାରଠୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଥିଲା। ପରୀକ୍ଷା ଆରମ୍ଭର କିଛି ସମୟ ଭିତରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବାର ଅଭିଯୋଗ ଆସିଥିଲା। ଏହାକୁ ବୋର୍ଡ କର୍ତ୍ତୃପକ୍ଷ ସ୍ୱୀକାର ମଧ୍ୟ କରିଥିଲେ।

Comment