ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧ରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଅନିଶ୍ଚିତକାଳ ପାଇଁ ଅନଶନରେ ବସିବେ। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ସେ ଅନଶନରେ ବସିବେ।

“ଦୀର୍ଘ ୭୦ ବର୍ଷ ହେଲା ଦିଲ୍ଲୀ ପ୍ରତି ଅନ୍ୟାୟ ହେଉଛି। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଜରୁରୀ।  ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଆମେ ମାର୍ଚ୍ଚରୁ ଆନ୍ଦୋଳନ କରିବୁ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ପ୍ରତ୍ୟାହାର ହେବ ନାହିଁ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ଦୀର୍ଘ ଦିନରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଦାବି ହୋଇଆସିଛି। ହେଲେ କେନ୍ଦ୍ର ସରକାର ଦାବି ପୂରଣ କରିନାହାନ୍ତି। ଆଗକୁ ନିର୍ବାଚନ ରହିଥିବାରୁ ଏହାକୁ ଆମ୍‌ ଆଦମୀ ପାର୍ଟ ମୁଖ୍ୟ ପ୍ରସଙ୍ଗ କରିପାରେ ବୋଲି ଅନୁମାନ କରାଯାଉଛି।

Comment