ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଏବେ ଚାଲିଛି ବିବାହର ସିଜିନ୍‌। ତପୁ ମିଶ୍ର, ଏଲି ପାଢ଼ୀ, ଅଭିଶେକ ବିବାହ କରିଥିଲେ। ଆଉ ଏବେ ଓଲିଉଡର୍‌ ହ୍ୟାଣ୍ଡସମ୍‌ ଷ୍ଟାର କୁହାଯାଉଥିବା ସମ୍ବିତ ନିଜର ଲଙ୍ଗ ଟାଇମ୍‌ ଫ୍ରେଣ୍ଡ ସାୟୋନାଙ୍କୁ ବିବାହ କରିଛନ୍ତି।

ବିବାହ ଦିନ ବର ବେଶ ଆଉ ସେରୋୱାନୀରେ ହ୍ୟାଣ୍ଡସମ୍‌ ଲାଗୁଥିଲେ ସମ୍ବିତ। ଏହି ବିବାହରେ ଓଲିଉଡ୍‌ର ଅନେକ ଅଭିନେତା ଅଭିନେତ୍ରୀ ସାମିଲ୍‌ ହୋଇ କପୁଲଙ୍କୁ ଶୁଭେଛା ଦେଇଛନ୍ତି।

ସାୟୋନା ମଧ୍ୟ ବିବାହକୁ ନେଇ ଅନେକ ଖୁସି ଅଛନ୍ତି। ସେ କହିଛନ୍ତି କି,”ସମ୍ବିତଙ୍କୁ ବିବାହ କରି ମୁଁ ଲକି। ସେ ବହୁତ କେୟାରିଂ ଓ ସବୁ ପରିସ୍ଥିତିକୁ ସେ ଭଲଭାବେ ହ୍ୟାଣ୍ଡେଲ କରିନିଅନ୍ତି।”

ସମ୍ବିତ ଓ ସାୟୋନାଙ୍କର ପ୍ରଥମ ଦେଖା ଯେଉଁଠି ହୋଇଥିଲା ସେଇଠାରେ ହିଁ ସେମାନଙ୍କର ବିବାହ ହୋଇଛି। କଟକ ବାରାବାଟୀ ପ୍ୟାଲେସରେ ଏମାନେ ବିବାହ କରିଛନ୍ତି।

ଏହି ନିଉଲି ମ୍ୟାରେଡ୍‌ କପୁଲଙ୍କୁ ଆମ ତରଫରୁ ମଧ୍ୟ ଅନେକ ଶୁଭେଛା ଓ ଅଭିନନ୍ଦନ।

Comment