ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଅ ଏବଂ ଝିଅ ଫେରାର ହୋଇ ପ୍ରେମ ବିବାହ କରିବା କଥା ସମସ୍ତେ ଶୁଣିଥିବେ। କିନ୍ତୁ କେହି କେବେ ଶୁଣିଥିବେ କି ଫେରାର ହୋଇଥିବା ଝିଅ ତାର ପ୍ରେମିକ ପରିବର୍ତ୍ତେ ଶ୍ୱଶୁରକୁ ବାହାହେବା କଥା। ଏଭଳି ଘଟଣା ଘଟିଛି ବିହାର ସମସ୍ତିପୁର ଜିଲ୍ଲା ହଲଇଔପି ଗାଁରେ।

ଯୁବତୀ ଜଣଙ୍କ ପ୍ରେମ ବିବାହ ପାଇଁ ଘରୁ ପଳାଇ ଆସିଥିଲା। କିନ୍ତୁ ପ୍ରେମିକ ଜଣକ ନାବାଳକ ଥିବାରୁ ତାର ବାପା ଅର୍ଥାତ ଶଶ୍ୱରକୁ ବାହା ହୋଇଥିଲା ଯୁବତୀ। ଏହି ବିବାହ ପୁଣି ପ୍ରେମିକ କଥାରେ ହିଁ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ୬ ମାସ ପୂର୍ବରୁ କଲେଜ ଯାଇ ଆଉ ଘରକୁ ଫେରିନଥିଲେ। ଯୁବତୀ। ଏନେଇ ଯୁବତୀଙ୍କ ବାପା ଗାଁର ସତ୍ୟନାରାୟଣ ସିଂହଙ୍କ ପୁଅ ହରିଓମ କୁମାରଙ୍କ ନାଁରେ ଅପହରଣ ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପୋଲିସ ହରିଓମଙ୍କୁ ଗିରଫ କରିବା ସହ ଜେଲ ପଠାଇ ଦେଇଥିଲେ। ପରେ ଯୁବତୀ ଜଣଙ୍କ ମାମଲାର ପର୍ଦ୍ଦାଫାସ କରିବା ପରେ ପୋଲିସ ହରିଓମକୁ ଛାଡ଼ି ଦେଇଛି।

ଅନ୍ୟପଟେ କଲେଜ ଯିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିବା ଯବୁତୀ କହିଛନ୍ତି। ଉଭୟ ଘର ଛାଡି ବିଦ୍ୟାପତିଧାମ ଚାଲିଯାଇଥିଲେ। ସେଠାରେ ପ୍ରେମିକର ବୟସ ୧୭ ବର୍ଷ ହୋଇଥିବା ଯୁବତୀଙ୍କୁ ଜଣାପଡ଼ିଥିଲା। ବାପାଙ୍କୁ ବିବାହ କରିବା ପାଇଁ ପ୍ରେମିକ ପ୍ରେମିକାକୁ କହିଥିଲା।  ପ୍ରେମିକ କଥାରେ ହିଁ ଯୁବତୀ ଜଣଙ୍କ ତାର ବାପାଙ୍କୁ ବିବାହ କରିଥିଲେ। ପରେ ଯୁବକଙ୍କ ପ୍ରେମିକା ତାଙ୍କର ମା’ ବନିଥିଲେ।

Comment