ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ବହଁରପାଲ୍ଲିସ୍ଥିତ ଆଇବି ଥର୍ମାଲ ପାୱାର ଷ୍ଟେସନର ଆଉ ଦୁଇଟି ୟୁନିଟ ଉଦଘାଟନ କରିଛନ୍ତି। ୧୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ଲାଣ୍ଟରୁ ଆସନ୍ତା ୨୫ ବର୍ଷ ପାଇଁ ବିଦ୍ୟୁତ ଯୋଗାଣ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ, “ବିଦ୍ୟୁତ ଶକ୍ତି ଉତ୍ପାଦନରେ ଓଡ଼ିଶା ଇତିହାସ ରଚିଛି। ଓଡ଼ିଶାର ପ୍ରତି ଗାଁର ପ୍ରତି ଘରେ ବିଜୁଳି ପହଞ୍ଚି ପାରିଛି। ଆଉ ଦୁଇଟି ପାୱାର ଷ୍ଟେସନର ଲୋକାର୍ପଣ ହୋଇଥିବାରୁ ଅଧିକ ବିଜୁଳି ଶକ୍ତି ଉତ୍ପାଦନ ହୋଇପାରିବ।”

ଏହାସହ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ମନୋହରପୁରଠାରେ ଏକ କୋଇଲା ଖଣି ଉଦଘାଟନ କରିଥିଲେ। ମନୋହରପୁର କୋଇଲା ଖଣିରୁ ଓପିଜିସିକୁ କୋଇଲା ଯୋଗାଇବା ପାଇଁ ଏକ ନୂଆ ରେଳ ଲାଇନ୍‌ର ଶୁଭାରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

LEAVE A REPLY

Please enter your comment!
Please enter your name here