ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ରୋଷେଇରେ ବିଭିନ୍ନ ପ୍ରକାର ତେଲର ବ୍ୟବହାର କରାଯାଇଥାଏ। କେହି କେହି ରୋଷେଇରେ ରିଫାଇନ ତେଲ, ଘିଅ ବ୍ୟବହାର କରୁଥିଲାବେଳେ କେହି କେହି ସୋରିଷ ତେଲ ବ୍ୟବହାର କରିଥାନ୍ତି। ତେବେ ସୋରିଷ ତେଲ କେବଳ ଖାଦ୍ୟର ସ୍ୱାଦ ବଢ଼ାଇଥାଏ ତାହା ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ।

  •  ସୋରିଷ ତେଲ ଶରୀରକୁ ସୁସ୍ଥ ରଖିଥାଏ। ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାରୁ ରକ୍ଷା କରିଥାଏ।
  •  ସୋରିଷ ତେଲ ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟ୍ରଲର ମାତ୍ର ସନ୍ତୁଳିତ ରହିଥାଏ। ଯାହାଫଳରେ ହୃଦ୍‌ଘାତ ଜନିତ ସମସ୍ୟା ହୋଇନଥାଏ।
  •  ସୋରିଷ ତେଲ ବ୍ୟବହାର ଫଳରେ ଥଣ୍ଡା ସର୍ଦ୍ଦି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସୋରିଷ ତେଲ ପାଦରେ ମାଲିସ୍‌ କଲେ ଏଥିରୁ ଉପଶମ ମିଳିଥାଏ।
  •  ସୋରିଷ ତେଲ କେଶ ସମସ୍ୟା ଦୂର କରିଥାଏ। ନିୟମିତ କେଶରେ ସୋରିଷ ତେଲର ବ୍ୟବହାର ଫଳରେ କେଶ ବଢ଼ିବା ସହିତ କେଶ ସୁସ୍ଥ ରହିଥାଏ।
  •  ଓଠ ଓ ପାଦ ଫାଟିବା ସମସ୍ୟା ରହିଥିଲେ ସୋରିଷ ତେଲ ଏଥିରୁ ମୁକ୍ତି ଦେଇଥାଏ।
  •  ଦାନ୍ତ ଓ ମାଢ଼ିରେ କିଛି ସମସ୍ୟା ରହିଥିଲେ ସୋରିଷ ତେଲ ବ୍ୟବାହାର କରିପାରିବେ।
  •  ପ୍ରତି ଦିନ ସକାଳେ ନାଭିରେ ସୋରିଷ ତେଲ ପକାଇଲେ ମୁଖ ଉଜ୍ଜ୍ୱଳ ହୋଇଥାଏ।

 

Comment