ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ପ୍ରଥା, ପରମ୍ପରା ଓ ଅନ୍ଧବିଶ୍ୱାସକୁ ନେଇ ଏବେବି କେତେକ ସ୍ଥାନରେ ଅଜବ ଅଜବ ଦୃଶ୍ୟ ଦେଖିବାକୁ ମିଳେ।  ସେମିତି ଆନ୍ଧ୍ରପ୍ରଦେଶ ଓ ଉତ୍ତର କର୍ଣ୍ଣାଟକର କିଛି ଗାଁରେ ଦେଖିବାକୁ ମିଳେ ଅଜବ ପ୍ରଥା। କୁହାଯାଏ ମାଟି ହେଉଛି ପବିତ୍ର। ସେଥିପାଇଁ ଏଠାରେ ଛୋଟ ଛୋଟ ପିଲାଙ୍କୁ ଛାତିଠାରୁ ତଳକୁ ମାଟିରେ ପୋତି ଦିଆଯାଇଥାଏ। ସ୍ଥାନୀୟ ଲୋକଙ୍କ ମତରେ, ପିଲାମାନେ ଭବିଷ୍ୟତରେ ଯେମିତି ମାନସିକ ବା ଶାରୀରିକ ଭାବେ ବିକଳାଙ୍ଗର ଶିକାର ନ ହେବେ ସେଥିପାଇଁ ତାଙ୍କର ଅଧା ଶରୀରକୁ ମାଟିରେ ପୋତି ଦିଆଯାଇଥାଏ।

ପାଖାପାଖି ୬ ଘଣ୍ଟା ଧରି ମାଟି ଭିତରେ ପୋତି ରଖାଯାଇଥାଏ। ଅବଶ୍ୟ ପରେ ସେମାନଙ୍କୁ କାଢି ଦିଆଯାଏ। ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଲାଗିବା ସମୟର ୧୫ ମିନିଟ୍ ପୂର୍ବରୁ ପିଲାଙ୍କୁ ପୋତି ଦିଆଯାଇଥାଏ। ଆଉ ଗ୍ରହଣ ବା ପରାଗ ଛାଡ଼ିବା ପରେ ସେମାନଙ୍କୁ ସେହି ଖାଲରୁ ଉଠାଇ ଆଣିଲେ ସେମାନେ ଆଉ ଶାରୀରିକ ବା ମାନସିକ ସ୍ତରରେ ବିକଳାଙ୍ଗ ହୋଇ ନ ଥାଆନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।

Comment