ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟରୋ

ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କ ଇସ୍ତଫା, ଦଳ ଅଣଦେଖା କରିଥିବା ଆଣିଲେ ଅଭିଯୋଗ।

ବିଜେଡିରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର ମାଝୀ। ନବରଙ୍ଗପୁରର ସାସଂଦ ବଳଭଦ୍ର ମାଝୀ। ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ବଳଭଦ୍ର ଗୁରୁବାର ନବୀନ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଇସ୍ତଫା ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସମ୍ଭବ ନହେବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ ବଳଭଦ୍ର ଇସ୍ତଫାର କାରଣ କହିଛନ୍ତି କି ତାଙ୍କୁ ଦଳରେ ଅଣଦେଖା କରାଯାଇଛି।

୨୦୧୪ ମସିହାରେ ବଲଭଦ୍ର ମାଝୀ କେନ୍ଦ୍ର ସରକାରଙ୍କ ଅଧୀନରେ ରେଳ ବିଭାଗରେ ଚାକିରି ଛାଡି ନିର୍ବାଚନ ଲଢ଼ିଥିଲେ। ସେ ପ୍ରଦୀପ ମାଝୀଙ୍କୁ ହରାଇ ନିର୍ବାଚନ ଜିତିଥିଲେ।

୭ବର୍ଷର ଚାକିରି ଛାଡି ସେ ବିଜେଡିରେ ସାମିଲ ହୋଇଥିଲେ। ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବେ ବେଳେ ବଳଭଦ୍ର ମାଝୀଙ୍କ ଇସ୍ତଫା ବିଜେଡି ଉପରେ ପ୍ରଭାବ ପକାଇବା ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଶ୍ରୀଯୁକ୍ତ ମାଝୀଙ୍କ ଆଗାମୀ ପଦକ୍ଷେପ କଣ ହେବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

Comment