ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ଲୋକ ଖାଇବା ସମୟରେ କଞ୍ଚା ଲଙ୍କା ଖାଇବାକୁ ପସନ୍ଦ କରିଥାନ୍ତି। ଆଉ କିଛି ଲୋକ ଅଧିକ ଲଙ୍କା ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ବୋଲି ମାନିଥା’ନ୍ତି ଓ ଲଙ୍କାରୁ ଦୂରେଇ ରହନ୍ତି। ହେଲେ ଆପଣ  ଜାଣି ଆଶ୍ଚର୍ଯ୍ୟ ହେବେ ଲଙ୍କା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

ଜାଣନ୍ତୁ କଞ୍ଚା ଲଙ୍କା ଖାଇବା ଦ୍ୱାରା କ’ଣ ମିଳିଥାଏ ଫାଇଦା

ପୋଷକ ତତ୍ୱରେ ଭରପୂର କଞ୍ଚାଲଙ୍କାରେ ଭିଟାମିନ ଏ, ପୋଟାସିୟମ, ଆଇରନ ସମେତ କାର୍ବୋହାଇହଡ୍ରେଟ ଥାଏ। ଯାହା ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ।

ଯେଉଁ ବ୍ୟକ୍ତି ଡାଇବେଟିସ୍‌ରେ ପୀଡ଼ିତ ହୋଇଥିବେ ସେମାନଙ୍କ ପାଇଁ ପାଇଁ କଞ୍ଚାଲଙ୍କା ଲାଭଦାୟୀ ପ୍ରମାଣିତ ହୋଇପାରେ। କାରଣ କଞ୍ଚାଲଙ୍କା ଖାଇବା ଦ୍ୱାରା ଶରୀରରେ ସୁଗାର ସ୍ତର ନିୟନ୍ତ୍ରିତ ହୋଇଥାଏ।

ଏକ ସର୍ଭେରୁ ଜଣାପଡ଼ିଛି ଯେ ତ୍ୱଚା ପାଇଁ କଞ୍ଚାଲଙ୍କା ଉପକାରୀ। କଞ୍ଚାଲଙ୍କାରେ ଥିବା ଭିଟାମିନ ତ୍ୱଚାରେ ଚମକ ଆଣିବାରେ ସହାୟକ ହୋଇଥାଏ।

Comment