ଓଡ଼ିଶାଲାଇଭ୍ ବ୍ୟୁରୋ
ଜଳେଶ୍ଵରରୁ ରବିବାର ସକାଳେ ଏକ କାର୍ରୁ୧୨୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ସଂପୃକ୍ତ ୩ ଯୁବକଙ୍କୁ ଗିରଫ କରାଯାଇଛି। ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଏହି ବ୍ରାଉନସୁଗାରକୁ ଜବତ କରାଯାଇଛି।
ଗିରଫ ୩ ଯୁବକ ଜଗତସିଂହପୁର ଓ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, କାର୍ଟି ବ୍ରାଉନସୁଗାର ନେଇ ପଶ୍ଚିମବଙ୍ଗରୁ ଭୁବନେଶ୍ଵର ଆସୁଥିଲାବଳେ ଜଳେଶ୍ଵର ଅବକାରୀ ବିଭାଗ ଖବର ପାଇ ଗାଡ଼ିକୁ ରାସ୍ତାରେ ଅଟକାଇ ଥିଲେ। ସେଥିରୁ ବ୍ରାଉନସୁଗାର ମିଳିଥିଲା।