ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ଆମେ ପ୍ଲାଷ୍ଟିକକୁ ଖୁବ୍ ଅଧିକ ବ୍ୟବହାର କରୁଛୁ । ସେ ପାଣିବୋତଲ ହେଉ ବା ଲଞ୍ଚବକ୍ସ ବିନା ପ୍ଲାଷ୍ଟିକ୍ରେ ଆମର ଜୀବନଚର୍ଯ୍ୟା ଅଧୁରା ରହିଯାଉଛି । ତେବେ ଅତ୍ୟଧିକ ପ୍ଲାଷ୍ଟିକ୍ ବ୍ୟବହାର କିପରି ଶରୀର ପାଇଁ ହାନିକାରକ। ସେ ବିଷୟରେ ଜାଣିରଖନ୍ତୁ..

- ପ୍ଲାଷ୍ଟିକରେ ଦୁଇ ପ୍ରକାର କ୍ଷତିକାରକ କେମିକାଲ୍ସ ଥାଏ । ତାହା ହେଲା ବିସ୍କିନଲ୍(ବିପିଏ) ଏବଂ ପ୍ଲାଷ୍ଟିକ୍ପଲିଭିନାଇଲ୍ କ୍ଲୋରାଇଡ(ପିଭିସି)। ବିପିଏକୁ ପ୍ଲାଷ୍ଟିକ୍ ବନାଇବା ପାଇଁ ବ୍ୟବହାର କରାଯାଏ । ପ୍ଲାଷ୍ଟିକ୍ ଫୁଡ୍ କଣ୍ଟେନର୍, ପାଣିବୋତଲ ଏବଂ ପ୍ୟାକେଜିଂ ପାଇଁ ବ୍ୟବହୃତ କଣ୍ଟେନରରେ ଲାଇନିଙ୍ଗ୍ ଭାବେ ବ୍ୟବହୃତ ହୋଇଥାଏ। ପିଭିସିକୁ ଫୁଡ୍ ପ୍ୟାକେଜିଂଠାରୁ ଆରମ୍ଭ କରି ପିଲାମାନଙ୍କ ଖେଳନା ପର୍ଯ୍ୟନ୍ତ ସବୁପ୍ରକାର ଜିନିଷପତ୍ର ପ୍ରସ୍ତୁତିରେ ବ୍ୟବହାର କରାଯାଏ।
- କିଛି ଗବେଷକଙ୍କ ଅନୁସାରେ ବିପିଏ ଆମ ଶରୀରରେ ଏକ ହର୍ମୋନ ଭଳି କାମ କରେ। ଯାହାଦ୍ୱାରା ଶରୀରରେ ଥିବା ହରମୋନ୍ ଅସନ୍ତୁଳନର ସମ୍ଭାବନା ବଢିଯାଏ। ଏହାର ସବୁଠୁ ଅଧିକ ପ୍ରଭାବ ଗର୍ଭସ୍ଥ ଭ୍ରୁଣ ଏବଂ ନବଜାତ ଶିଶୁଙ୍କ ଉପରେ ପଡ଼ିଥାଏ। ବଡ଼ହେଲେ ପିଲାଙ୍କଠାରେ ସ୍ତନକର୍କଟ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ।
- ମୂତ୍ରରେ ବିପିଏର ପରିମାଣ ବୃଦ୍ଧି ହେବାଦ୍ୱାରା ବୟସ୍କମାନଙ୍କ ନିକଟରେ ହୃଦ୍ରୋଗର ଆଶଙ୍କା ଅନ୍ୟମାନଙ୍କ ଅପେକ୍ଷା ୩ ଗୁଣ ବୃଦ୍ଧିପାଏ। ସେହିପରି ଟାଇପ୍-୨ ମଧୁମେହର ବି ଆଶଙ୍କା ରହେ।
- ପିଭିସି ଶରୀରରେ ମହଜୁଦ ଇଷ୍ଟ୍ରୋଜେନ୍ ଏବଂ ଥାଇରଏଡ୍ ହର୍ମୋନ୍କୁ ପ୍ରଭାବିତ କରିଥାଏ।
- ଏହା ପିଲାମାନଙ୍କର ବିକାଶରେ ବାଧା ସୃଷ୍ଟି କରିଥାଏ। ଏପରିକି କିଛି କ୍ଷେତ୍ରରେ ପିଲାଙ୍କର ଠିକ୍ ଭାବେ ମାନସିକ ଏବଂ ଶାରିରୀକ ବିକାଶ ସମ୍ଭବପର ହୁଏନାହିଁ।
- କିଛି ପିଲା ଅତ୍ୟଧିକ ପ୍ଲାଷ୍ଟିକ୍ ବ୍ୟବହାର ଦ୍ୱାରା ବଦ୍ରାଗୀ ମିଜାଜର ଅଧିକାରୀ ବି ହୋଇଯାନ୍ତି। ଏପରିସ୍ଥଳେ ସେମାନଙ୍କୁ ଦୋଷ ଦେବା ପରିବର୍ତ୍ତେ ସେମାନଙ୍କର ଅଭ୍ୟାସକୁ ବଦଳାନ୍ତୁ।
- ପ୍ଲାଷ୍ଟିକ୍ ପାତ୍ରରେ ଖାଦ୍ୟ ଗରମ କରିବା ଦ୍ୱାରା ସେଥିରେ ଥିବା କିଛି ରାସାୟନିକ ପଦାର୍ଥ ଖାଦ୍ୟରେ ମିଶିଯାଇଥାଏ। ଦୀର୍ଘଦିନ ଧରି ଏହାର ବ୍ୟବହାର କରିବା ଦ୍ୱାରା କର୍କଟର ଆଶଙ୍କା ବୃଦ୍ଧିପାଏ।
- ପ୍ଲାଷ୍ଟିକ୍ ବଦଳରେ କପଡ଼ା ବା ପେପର୍ ବ୍ୟାଗ୍ ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ୍ ପାଣି ବୋତଲ ବଦଳରେ ଷ୍ଟିଲ୍ ପାଣିବୋତଲ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବ। ସେହିପରି ପ୍ଲାଷ୍ଟିକର ଲଞ୍ଚ ବକ୍ସକୁ ଯଥାସମ୍ଭବ ଏଡାଇ ଚାଲନ୍ତୁ।
- ଚା’, କଫି ପାଇଁ ପ୍ଲାଷ୍ଟିକ୍ ବଦଳରେ ଥର୍ମୋକୁଲ୍ ଗ୍ଲାସ୍ ବ୍ୟବହାର କରନ୍ତୁ। ସମ୍ଭବ ହେଲେ ମୃଦୁପାନୀୟ ବା ବିଭିନ୍ନ ପାନୀୟ ପିଇବା ପାଇଁ ଆପଣ ବ୍ୟବହାର କରୁଥିବା ଷ୍ଟ୍ରକୁ ବିଲକୁଲ ଏଡ଼ାଇ ଚାଲନ୍ତୁ।
- ଘରେ ଜିନିଷପତ୍ର ରଖିବା ଲାଗି ପ୍ଲାଷ୍ଟିକ୍ ବଦଳରେ କାଚ ଡବାର ବ୍ୟବହାର ଖୁବ୍ ଭଲ ବିକଳ୍ପ। ପୁରୁଣାକାଳରେ ଲୋକମାନେ କାଚ ଡବା ହିଁ ବ୍ୟବହାର କରୁଥିଲେ। ଯାହାଦ୍ୱାରା ସେମାନେ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଉଥିଲେ।
- ଆଜିକାଲି ଫ୍ରିଜ୍ରେ ଜିନିଷପତ୍ର ରଖିବାଲାଗି ପ୍ଲାଷ୍ଟିକ୍ ଡବା ମିଳୁଛି। ତାକୁ ବ୍ୟବହାର ନ କରି ଷ୍ଟିଲ ବା କାଚ ବାସନରେ ଜିନିଷପତ୍ର ରଖନ୍ତୁ।
- ଅନେକ ଲୋକ ମୃଦୁପାନୀୟ ବୋତଲକୁ ପିଇବା ପରେ ସାଇତି ରଖି ଅନ୍ୟ ଜିନିଷ ପାଇଁ ବ୍ୟବହାର କରିଥାନ୍ତି । ପ୍ରକୃତରେ କିନ୍ତୁ ତାହା ଥରେ ମାତ୍ର ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇଥାଏ। ତାକୁ ପୁଣିଥରେ ବ୍ୟବହାର କରିବାକୁ ଚାହୁଁଥିଲେ ରିସାଇକ୍ଲିଂ କରିବାକୁ ପଡ଼େ।


















