ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା,ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି।

ଉତ୍କଳ ଦିବସକୁ ନେଇ ରାଜଧାନୀ ଯେମିତି ଏକ ନୂଆ ରୂପରେ ସଜେଇ ହୋଇଛି। ସବୁଠି ରଙ୍ଗୀନ ଆଲୋକମାଳା ଓ ଉତ୍ସାହର ମାହୋଲ।

ସଚିବାଳୟ, ବିଧାନସଭା, ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍କଳ ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାକୁ ପାଳନ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here