ଓଡ଼ିଶାଲାଇଭ୍‌ ବ୍ୟୁରୋ

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପ୍ୟାଥି ଔଷଧ ବ୍ୟବହାର କରିଥାନ୍ତି। ହେଲେ ଔଷଧ ବ୍ୟତୀତ କିଛି ଘରୋଇ ଚିକିତ୍ସା ବି ଆପଣଙ୍କୁ ଏଥିରୁ ରକ୍ଷା କରିପାରିବ।

ବିରିୟାନୀ ପ୍ରସ୍ତୁତି କଲାବେଳେ ସାଧାରଣତଃ ପିଆଜକୁ ଟିକେ କଡ଼ା କରି ଭଜା ଯାଇଥାଏ। ସଂପୂର୍ଣ୍ଣ ମଉଳିବା ଯାଏ ତାକୁ ଭାଜିଲେ ବିରିୟାନୀ ସ୍ୱାଦିଷ୍ଟ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି କଡ଼ା ଭଜା ହୋଇଥିବା ପିଆଜ ସର୍ଦ୍ଦିରୁ ରକ୍ଷା କର। ଏପରିକି କଫ ଜମିଥିଲେ ଏହା ଉପଶମ ପ୍ରଦାନ କରିଥାଏ।

– ଥଣ୍ଡା ଦୂର କରିବା ଲାଗି ପାନପତ୍ରର ବେଶ ଗୁରୁତ୍ୱ ରହିଛି। ଏଥିଲାଗି କିଛି ପାନପତ୍ରକୁ ଛେଚି ଦେଇ ତା ରସ ସହିତ ଅଳ୍ପ ମହୁ ମିଶାଇ ଖାଆନ୍ତୁ।

-ଅତ୍ୟଧିକ ଥଣ୍ଡା ହୋଇଥିଲେ ଛାତିରେ କିଛି କିରୋସିନ୍ ଘସିଲେ ଉପଶମ ମିଳିଥାଏ।

-ଗୋବରକୁ ସାଧାରଣତଃ ଆମେ ଜାଳେଣୀ ଏବଂ ଖତ ଭାବେ ବ୍ୟବହାର କରିଥାଉ। ତେବେ ସର୍ଦ୍ଦିରୁ ରକ୍ଷା କରିବା ପାଇଁ ମଧ୍ୟ ଏହାର ଭୂମିକା ରହିଛି। ବିକଳ୍ପ ଚିକିତ୍ସା ଭାବେ ଗୋବରକୁ ସର୍ଦ୍ଦିରେ ପୀଡ଼ିତ ଲୋକର ଛାତିରେ କିଛି ସମୟ ପାଇଁ ରଖିବା ଲାଗି ପରାମର୍ଶ ଦିଆଯାଇଥାଏ।

-ଗଳାରେ ସଂକ୍ରମଣ ହୋଇଥିଲେ ଆମେମାନେ ଗରମପାଣିଦ୍ୱାରା କୁଳି କରିଥାଉ। ତେବେ ଚକୋଲେଟ୍ ମଧ୍ୟ ଏହାର ସ୍ଥାନ ନେଇପାରିବ। ଏଥିରେ ଥିବା ଥିଓବ୍ରୋମାଇନ୍ ଗଳାର ସଂକ୍ରମଣରୁ ରକ୍ଷା କରିଥାଏ।

LEAVE A REPLY

Please enter your comment!
Please enter your name here