ଓଡ଼ିଶାଲାଇଭ୍ ବ୍ୟୁରୋ

 

ସାରାଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲାବେଳେ ବିଭନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛିା ଏହି ମଧ୍ୟରେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛିା

ପଶ୍ଚିମବଙ୍ଗର ରାୟଗଞ୍ଜରେ ମତଦାନ ସମୟରେ ଏହି ହିଂସାକାଣ୍ଡ ଘଟିଛିା ଏଥିରେ ସିପିଏମ୍ ପ୍ରାର୍ଥୀ ମୋହମ୍ମଦ ସଲିମ ଆହତ ହୋଇଛନ୍ତିା  ଏହି ହିଂସାକଣ୍ଡକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ସିଆରପିଏଫ୍ ଯବାନ ଲାଠିଚାର୍ଜ କରିଛନ୍ତିା

ଖବର ମୁତାବକ, ମୋହମ୍ମଦ ସଲିମଙ୍କ ଗାଡ଼ି ଇସଲାମପୁର ଅଞ୍ଚଳରେ ଯାଉଥିଲାବେଳେ କିଛି ଲୋକ ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିଲୋ ତାଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗା ଯାଇଥିଲା।

ଏହାପୂର୍ବରୁ ମଧ୍ୟ ଏଠାରେ  ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲୋ

Comment