ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଫିଲ୍ମ ‘କଳଙ୍କ’। ବୁଧବାର ‘କଳଙ୍କ’ ଫିଲ୍ମ ରିଲିଜ୍ ହୋଇଥିବା ବେଳେ ରିଲିଜ୍ର ଦୁଇ ଦିନରେ ବକ୍ସ ଅଫିସ୍ରେ ଧମାଲ କରିଛି।
କଳଙ୍କ ଫିଲ୍ମ ରିଲିଜ୍ର ପ୍ରଥମ ଦିନରେ ୨୧.୬୦ କୋଟିର ବ୍ୟବସାୟ କରିଥିଲା। ଗୁରୁବାର ଏହି ଫିଲ୍ମ ୧୧.୪୫ କୋଟି ଟଙ୍କା ଆୟ କରିଛି। ଏଥିସହିତ ରିଲିଜ୍ର ପ୍ରଥମ ଦୁଇ ଦିନରେ ‘କଳଙ୍କ’ ଫିଲ୍ମ ୩୩.୦୫ କୋଟି ଟଙ୍କାର ବ୍ୟବସାୟ କରିଛି।

ଶୁକ୍ରବାର ଗୁଡ୍ ଫ୍ରାଇ ଡ଼େ’ ହୋଇଥିବାରୁ ଫିଲ୍ମଟି ଆହୁରି ଭଲ ବ୍ୟବସାୟ କରିବା ନେଇ ଆଶା କରାଯାଉଛି। ୮୦ କୋଟି ବଜେଟ୍ରେ ନିର୍ମାଣ ହୋଇଥିବା ଫିଲ୍ମ ଏପର୍ଯ୍ୟନ୍ତ ୩୩ କୋଟି ଆୟ କରିସାରିଛି। ‘କଳଙ୍କ’ ଫିଲ୍ମକୁ ଅଭିଷେକ ବର୍ମନ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟ, ଅଦିତ୍ୟ ରାୟ କପୁର, ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତଙ୍କ ଭଳି ବଲିଉଡର ପ୍ରମୁଖ କଳାକାର ମାନେ ଅଭିନୟ କରିଛନ୍ତି।

















