ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ଉପରେ ବିସିସିଆଇ ଜରିମାନା କରିଛି। ଉଭୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ହେବା ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଉଭୟ ଦଣ୍ଡିତ ହୋଇଛନ୍ତିା ୪ ସପ୍ତାହ ଭିତରେ ଜରିମାନା ନେଦେଲେ ଉଭୟଙ୍କ ମ୍ୟାଚ ଫି’ରୁ ଟଙ୍କା କଟାଯିବା

ହାର୍ଦ୍ଦିକ ଓ ରାହୁଲ ୧୦ ଲକ୍ଷ ଟଙ୍କା ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନମାନଙ୍କର ପରିବାର ଲୋକଙ୍କୁ ଦିଆଯିବା ବେଳେ ବାକି ୧୦ ଲକ୍ଷ ଟଙ୍କା ଭାରତର ବ୍ଲାଇଣ୍ଡ କ୍ରିକେଟରଙ୍କୁ ପ୍ରତ୍ସାହିତ କରିବା ଉଦ୍ଦେଶ୍ୟରେ ଜମା କରିବାକୁ ନିର୍ଦ୍ଦେଶ ହୋଇଛିା

କିଛିଦିନ ତଳେ କଫି ଓ୍ଵିଥ କରଣ ସୋ’ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଆସିଥିଲୋ ସୋ’ରେ କରଣ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲୋ ଏହି ସମୟରେ ପାଣ୍ଡ୍ୟା ରିଲେସନସିପ, ଡେଟିଂ ଓ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ।

ମହିଳାଙ୍କ ବିରୋଧରେ ଏମିତି ମନ୍ତବ୍ୟ ଶୁଣିବା ପରେ ପାଣ୍ଡ୍ୟାଙ୍କ ସହିତ ସେହି ସୋ’ରେ ଭାଗ ନେଇଥିବା ରାହୁଲଙ୍କୁ ମଧ୍ୟ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here