ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସରିଛି ୩ଟି ପର୍ଯ୍ୟାୟ ଲାଗି ମତଦାନ, ବାକି ରହିଛି ଗୋଟିଏ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ଭୋଟ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରୁଛନ୍ତି।

ଆଜି ବାଲେଶ୍ୱର ଓ ମୟୂରଭଞ୍ଜରେ ମାରାଥନ ପ୍ରଚାର କରିବେ ବିଜେଡି ସଭାପତି। ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ ଉଦବୋଧନ ସହ ରୋଡ ସୋ କରିବେ ବିଜେଡି ସଭାପତି।

ଦିନ ୧୦.୧୫ରେ ଭୋଗରାଇରେ ଆୟୋଜିତ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ ବିଜେଡି ସଭାପତି।

ସେହପରି ବସ୍ତା, ଜଳେଶ୍ୱର , ରେମୁଣା,ନୀଳଗିରିରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

ଏହାପରେ ଅପରାହ୍ନରେ ରୋଡ ସୋ କରିବେ ନବୀନ। ବାଲେଶ୍ୱରର ଆଇଟିଆଇ ପଡ଼ିଆରୁ ଆରମ୍ଭ ହେବ ରୋଡ ସୋ। ନବୀନଙ୍କ ଗସ୍ତକୁ ନେଇ ବାଲେଶ୍ୱର ଓ ମୟୂରଭଞ୍ଜରେ ନେତା , ପ୍ରାର୍ଥୀ ଓ ସମର୍ଥକ ଉତ୍ସାହିତ ଅଛନ୍ତି। ଏପ୍ରିଲ ୨୯ରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲାଗି ମତଦାନ ହେବ।

Comment