ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ରାଜ୍ୟରେ ୨୦୧୯ଲାଗି ଅନ୍ତିମ ଲଢେଇ ଅର୍ଥାତ ଶେଷ ପର୍ଯ୍ୟାୟ ମତଦାନ। ରାଜ୍ୟରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ମତଦାନ ହେଉଛି।
୬ଲୋକସଭା ଆସନ ଲାଗି ମୈଦାନରେ ୫୧ଜଣ ପ୍ରାର୍ଥୀ ଥିବା ବେଳେ ୪୧ ବିଧାନସଭା ଆସନ ଲାଗି ୩୩୬ଜଣ ପ୍ରାର୍ଥୀ ଅଛନ୍ତି। ମୋଟ ୩୮୮ଜଣ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା କରୁଛନ୍ତି ଜନତା ଜନାର୍ଦ୍ଦନ।
୩୩୬ ବିଧାନସଭା ଆସନ ମଧ୍ୟରେ ୩୦୧ଜଣ ପୁରୁଷ, ୪୧ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି। ମୋଟ ୯୫ଲକ୍ଷ ୬୫୩ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୪୫ଲକ୍ଷ ୯୮ହଜାର ୯୭୯ଜଣ ମହିଳା ଭୋଟର ଥିବା ବେଳେ ୪୯ ଲକ୍ଷ ୧୦୭୯ ପୁରୁଷ ଭୋଟର ଓ ୧ଲକ୍ଷ ୮୬ହଜାର ୪୫୫ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି।










