ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର, ପୁରୀ, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଓ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବା

ମଇଦାନରେ ମୋଟ ଅଛନ୍ତି ୪୧୭ଜଣ ପ୍ରାର୍ଥୀ। ୯୨ଲକ୍ଷ ୫୬ ହଜାର ୯୨୨ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ପୁରୁଷ ଭୋଟରଙ୍କ ସଂଖ୍ୟା ୪୭ଲକ୍ଷ ୯୯ହଜାର ୩୦ ଥିବାବେଳେ ମହିଳା ଭୋଟର ସଂଖ୍ୟା ୪୪ଲକ୍ଷ ୫୬ହଜାର ୭୨୯ ଅଛି।

୬ ଲୋକସଭା ଆସନଲାଗି ମଇଦାନରେ ଅଛନ୍ତି ୬୧ଜଣ ପ୍ରାର୍ଥୀ। ସେହିପରି ୪୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଅଛନ୍ତି ୩୫୬ଜଣ।

ମୋଟ ୧୦୦୪୦ ବୁଥରେ ମତଦାନ ହେବ। ଏଥିଲାଗି ବୁଥ୍ ଅଭିମୁଖେ ପୋଲିଂ କର୍ମଚାରୀ ମଧ୍ୟ ବାହାରି ସାରିଛନ୍ତିା ବୁଥରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ମତଦାନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛିା

Comment