ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନ ଲାଗି ବାଜିଲା ବିଗୁଲ। ଶନିବାର ଦିନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନର୍ବାଚନ କମିଶନର ରାଜୀବ କୁମାର। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଛି।

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ତାରିଖ, ଦ୍ଵିତୀୟ ପର୍ଯ୍ୟାୟ ମେ’ ୨୦ ତାରିଖ, ତୃତୀୟ ପର୍ଯ୍ୟାୟ ମେ’ ୨୫ ତାରିଖ ଏବଂ ଜୁନ ୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଆସନ୍ତା ଜୁନ ୪ ତାରିଖ, ମଙ୍ଗଳବାର ଦିନ ଲୋକସଭା ଓ ବିଧାନସଭା ଭୋଟ ଗଣତି କରାଯିବ।

ମେ’ ୧୩ ତାରିଖରେ ୨୮ଟି ବିଧାନସଭା ଆସନ ଲାଗି ମତଦନ ହେବ। ସେହିପରି ମେ’ ୨୦ ତାରିଖରେ ୩୫ଟି ବିଧାନସଭା ଆସନ, ମେ’ ୨୫ ତାରିଖରେ ୪୨ଟି ବିଧାନସଭା ଆସନ ଓ ଜୁନ ୧ ତାରିଖରେ ୪୨ଟି ବିଧାନସଭା ଆସନରେ ମତସାବ୍ୟସ୍ତ କରିବେ ଭୋଟର।

ମେ’ ୧୩ ତାରିଖ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଜିଲ୍ଲାରେ ମତଦାନ ହେବ। ସେହିପରି ମେ’ ୨୦ ତାରିଖ ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକାରେ ନିର୍ବାଚନ ହେବ। ମେ’ ୨୫ ତାରିଖ ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଭୋଟ ଗ୍ରହଣ ହେବାକୁ ଥିବାବେଳେ ଜୁନ ୧ ତାରିଖ ଚତୁର୍ଥ ପର୍ଯ୍ୟୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଭୋଟର ନିଜର ମତ ସାବ୍ୟସ୍ତ କରିବେ।

ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ’ ୭, ଚତୁର୍ଥ ପର୍ଯ୍ୟାୟ ମେ’ ୧୩, ପଞ୍ଚମ ପର୍ଯ୍ୟାୟ ମେ’ ୨୦, ଷଷ୍ଠ ପର୍ଯ୍ୟାୟ ମେ’ ୨୫ ଓ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଜୁନ ୧ ତାରିଖରେ ହେବ।

Tags: #Politics #IndiaPolitics #OdishaPolitics #Election #GeneralElection #ElectionDate

Comment