ଓଡ଼ିଶାଲାଇଭ୍ ବ୍ୟୁରୋ

congress

ପାଖେଇ ଆସୁଛି ସାଧାରଣ ନିର୍ବାଚନ ସମୟ। ନିର୍ବାଚନ ବିଗୁଲ ବାଜିବା ଆଗରୁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ସବୁ ରାଜନୈତିକ ଦଳ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ ବୋଲି ସୂଚନା ଦେଇଛି କଂଗ୍ରେସ।

ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ଦଳଗୁଡ଼ିକର ରାଜନୈତିକ ଅଙ୍କକଷା ଜାରି ରହିଥିବାବେଳେ ଟିକେଟ ବଣ୍ଟାକୁ ନେଇ ବଡ଼ ସୂଚନା ଦେଇଛି କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଆସନରେ ଟିକେଟ ଘୋଷଣା କରାଯିବ ବୋଲି ସୋମବାର ଦିନ ବସିଥିବା ପ୍ରଦେଶ ନିର୍ବାଚନ କମିଟି ବୈଠକରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଟିକେଟ ବଣ୍ଟନରେ ସ୍ଵଚ୍ଛତା ଆଣିବା ଉଦ୍ଦେଶ୍ୟରେ ଟିକେଟ ଆଶାୟୀଙ୍କୁ ଅନଲାଇନ ମଧ୍ୟମରେ ଆବେଦନ କରିବାକୁ ଆହ୍ଵାନ କରିଥିଲା କଂଗ୍ରେସ। ଏହା ପରେ ବିଧାୟକ ଆସନ ପାଇଁ ୩ ହଜାର ଓ ସାଂସଦ ପାଇଁ ୭୦୦ ପ୍ରାର୍ଥୀ ଆବେଦନ ହୋଇଥିଲା। ଅନଲାଇନ ଆବେଦନ କରିଥିବା ଟିକେଟ ଆଶାୟୀଙ୍କ ସମ୍ପର୍କରେ ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଆଲୋଚନା ହୋଇଛି।

Tags: #Politics #OdishaPolitics #Congress #GeneralElection #Election

LEAVE A REPLY

Please enter your comment!
Please enter your name here