ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନ ଲାଗି ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ମହଲ। ନିର୍ବାଚନ ବାଜି ହାତେଇବାକୁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ନିକଟରେ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଛି।

ପ୍ରାର୍ଥିପତ୍ର ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥିପତ୍ର ଯାଞ୍ଚ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଏପ୍ରିଲ ୧୯ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟ ଲାଗି ମାର୍ଚ୍ଚ ୨୦ ତାରିଖରୁ ପ୍ରାର୍ଥିପତ୍ର ଦାଲଖ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ମାର୍ଚ୍ଚ ୨୮ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦।

ତେବେ ହୋଲି ପର୍ବ ଯୋଗୁଁ ବିହାରରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୮କୁ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୩୦ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ଦେଶର ୧୭ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, ଜମ୍ମୁ କଶ୍ମୀର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୬ ତାରିଖରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ ତାରିଖ, ଚତୁର୍ଥ ପର୍ଯ୍ୟାୟ ମେ’ ୧୩ ତାରିଖ, ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ’ ୨୫ ତାରିଖରେ ହେବାକୁ ଥିବାବେଳେ ଜୁନ ୧ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଆସନ୍ତା ଜୁନ ୪ ତାରିଖରେ ସମସ୍ତ ୭ଟି ପର୍ଯ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।

Tags: #Politics #IndiaPolitics #Election2024 #GeneralElection #LokSabhaAndAssemblyElection #Notification

LEAVE A REPLY

Please enter your comment!
Please enter your name here